ଆଜିର ଖବର..
୧-ଭୁବନେଶ୍ୱର:ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ:ମେୟର
୨-ଭୁବନେଶ୍ବର :ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା
୩-ଘରେ ବସି ଟଙ୍କା ରୋଜଗାର ଲୋଭ: ମନି ଗେମିଂ ଆପ ବନ୍ଦ ପରେ ନହରଣା ଅଞ୍ଚଳରେ ବୁଡ଼ିଗଲା ଲକ୍ଷ ଲକ୍ଷ ଟଙ୍କା।
୪-ଭୁବନେଶ୍ୱର:କେନ୍ଦ୍ରୀୟ ହାରରେ ଦରମା ଦାବି, ଆନ୍ଦୋଳନ ଚେତାବନୀ ଦେଲା ପ୍ରାଥମିକ ଶିକ୍ଷକ ସଂଘ।
୫-ଚାନ୍ଦିପୁର:ଆଇଏଡିଡବ୍ଲ୍ୟୁଏସର ସଫଳ ପରୀକ୍ଷଣ କଲା ଡିଆରଡିଓ।
୬-ସୁନ୍ଦରଗଡ଼: ଚାଷୀ କଷଣର ବିକଳ ଚିତ୍ର,ରାତି ୩ରୁ ଲମ୍ବା ଧାଡ଼ି,ମିଳୁନି ସାର।
୭-ଭୁବନେଶ୍ୱର:ବଢ଼ିଲା ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା, ଦିଲ୍ଲୀରେ ପ୍ରଭାତ,ଅମରଙ୍କ ଆଲୋଚନା।
୮-ଭୁବନେଶ୍ୱର:ଏକାଠି ହେଲେ ଯାତ୍ରା କମିଟି ନଗ୍ନତାକୁ ନା,ଟିକଟ ଦର ହ୍ରାସ ଆଲୋଚନା।
୯-ଖଣ୍ଡଗିରି: ଯୁବତୀଙ୍କ ଫଟୋ ଓ ଭିଡିଓ ପ୍ରଘଟ ଅଭିଯୋଗ, ଅଭିଯୁକ୍ତ ଅଜୟ ବେହେରା ଗିରଫ।
୧୦-ଦ୍ୱାଦଶ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଯାପିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ।
୧୧-ଟାଙ୍ଗୀ:ବୋମାମାଡ ସାଙ୍ଗକୁ ଗନ୍ ପଏଣ୍ଟରେ ଲୁଟ୍, ସାଇ ସୋନୁ ଅଳଙ୍କାର ଦୋକାନରେ କଳାକନା ବୁଲାଇଲେ ଲୁଟେରା।
୧୨-ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ , ୧୨ଟି ଗେଟ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ।
୧୩-ପୁଣି ଉବୁଟୁବୁ ଉତ୍ତର ଓଡ଼ିଶା, ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ।
୧୪-ବିହାର ରାସ୍ତାରେ ବୁଲେଟ୍ ଦୌଡାଇଲେ ରାହୁଲ ଗାନ୍ଧି, କର୍ମୀଙ୍କ ଉତ୍ସାହ କାହିଁରେ କଣ।
୧୫-ରିଲାଏନ୍ସ କମ୍ୟୁନିକେସନ ଓ ଅନିଲ୍ ଅମ୍ବାନୀଙ୍କୁ ଠକ ଘୋଷଣା କଲା ବ୍ୟାଙ୍କ ଅଫ ଇଣ୍ଡିଆ।
୧୬-କେନ୍ଦ୍ରର ବଡ଼ ସ୍ପଷ୍ଟୀକରଣ ବ୍ୟାଙ୍କରୁ ୠଣ ପାଇବା ପାଇଁ ବାଧ୍ୟତାମୂଳକ ନୁହେଁ ସିବିଲ ସ୍କୋର।
୧୭-ଟ୍ରମ୍ପଙ୍କ ଟାରିଫ କାରଣରୁ ଭାରତୀୟ ଚିଙ୍ଗୁଡ଼ି ଚାଷୀ ବରବାଦ, ବ୍ୟବସାୟ ବଦଳାଇବା ପାଇଁ ହେଲେଣି ବାଧ୍ୟ।
୧୮-ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆର ନିର୍ଧୁମ ପ୍ରହାର, ତୃତୀୟ ଦିନିକିଆରେ କଲା ୪୩୧ ରନ; ଇତିହାସରେ ପ୍ରଥମ ଥର ହେଲା ଏମିତି।
୧୯-ସ୍କ୍ରିନ୍ ଆୱାର୍ଡସ୍ ୨୦୨୫: ପ୍ରଥମ ଥର ୟୁଟ୍ୟୁବରେ ଷ୍ଟ୍ରିମିଂ କରାଯିବ ଯାହା ଫଳରେ ତାହା ବିଶ୍ୱବ୍ୟାପୀ ହୋଇପାରିବ।
୨୦-‘ଟ୍ରମ୍ପଙ୍କ କଥାକୁ ଗମ୍ଭୀରତାର ସହ ନେଉ ଭାରତ’: ରୁଷ ସହ ସମ୍ପର୍କକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତଙ୍କ ଚେତାବନୀ।
୨୧-ଏସିଆ କପ୍-୨୦୨୫: ଆଫଗାନିସ୍ତାନ ଦଳ ଘୋଷିତ, ରସିଦ ଖାନଙ୍କୁ ଅଧିନାୟକ ଦାୟିତ୍ବ।
