October 5, 2024

ଶିକ୍ଷା ସପ୍ତାହର ଚତୁର୍ଥ ଦିବସରେ ସାଂସ୍କୃତିକ ପ୍ରତିଯୋଗିତା..

Share

 

ବେଗୁନିଆ,(ଉପାନ୍ତ ଖବର) :ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା

ବିଭାଗର ନିର୍ଦ୍ଦେଶ କ୍ରମେ ସଂପୁରସ୍ଥିତ

ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ ଅବସରରେ ଚତୁର୍ଥ ଦିବସରେ ଗୁରୁବାର ଦିନ ଶିକ୍ଷକ ଦିପ୍ତୀରଂଜନ ଦାସଙ୍କ ତତ୍ଵାବଧାନରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପାଠ୍ୟକ୍ରମ ସହ ସହଶିକ୍ଷାର ସଂଯୋଗର ଉପକାରିତା ସମ୍ବନ୍ଧରେ

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ

କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ଶୈବାଳିକା

ମଲ୍ଲିକ, ସୌଦାମିନୀ ସୁବୁଦ୍ଧି ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ଆଲୋଚନା କରିଥିଲେ । ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ଷଷ୍ଠରୁ ଦଶମ ଶ୍ରେଣୀ ଏବଂ କନିଷ୍ଠ ବିଭାଗରେ ତୃତୀୟରୁ ପଞ୍ଚମ ଶ୍ରେଣୀ

ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

 

ବରିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ଶ୍ରୋତାଲିନି ସାହୁ,

ସ୍ମିତାସିନ୍ଧୁ ମହାପାତ୍ର ଓ ନମିତା ସାହୁ

ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।ନୃତ୍ୟରେ କଲ୍ୟାଣୀ ବାରିକ, ହସ୍ତ ଶିଳ୍ପ କାରିଗରୀରେ

ମନୋଜ କୁମାର ସୁବୁଦ୍ଧି, କଣ୍ଠ ସଂଗୀତରେ ଶୁଭଲକ୍ଷ୍ମୀ ମହାନ୍ତି, ବେଶଭୁଷାରେ ଅନନ୍ୟା ଅପରୂପା

ଦାସ ଓ ଅଭିନୟରେ ଶୁଭଙ୍କର ଝପଟସିଂହ ପ୍ରଥମ ସ୍ଥାନ ହାସଲ କରିଥିଲେ ।କନିଷ୍ଠ ବିଭାଗ ପ୍ରତିଯୋଗିତାରେ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ, ଅଂଶୁମାନ ଧଳ,ବିଭୁପ୍ରସାଦ ମହାପାତ୍ର ଓ ଶିକ୍ଷୟିତ୍ରୀ ସୌଦାମିନି ପରିଡ଼ା କୃତୀ ପ୍ରତିଯୋଗୀ ଚୟନ କରିଥିଲେ ।

ନୃତ୍ୟରେ ଈଶ୍ବରୀ ପ୍ରଧାନ, କଣ୍ଠସଂଗୀତରେ ଶୁଭସ୍ମିତା ବାହିନୀପତି ଓ ବେଶଭୁଷାରେ ପ୍ରତ୍ୟୁଷ ପ୍ରଧାନ ପ୍ରଥମ ହୋଇଥିଲେ।

 

ପ୍ରତିଯୋଗିତା ପରିଚାଳନାରେ ଶିବ

ପ୍ରଧାନ, ସ୍ନେହଲତା ପାଇକରା୍ୟ ଏବଂ ସମ୍ବିତ କେଦାର କର ସହଯୋଗ କରିଥିଲେ ।

 

ରିପୋର୍ଟ-ମାନସ ରଂଜନ କର