October 5, 2024

ସହରରେ ବୁଲିଲା ଧୁଆଂଛଡା ମେସିନ 

Share

 

ବେଲଗୁଣ୍ଠା ୨୫/୭,ବର୍ଷାଋତୁରେ ମଶା ପ୍ରଦୁର୍ଭାବବୃଦ୍ଧିକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ଵିଜ୍ଞାମ୍ପିତ ଅଂଚଳ ପରିଷଦ ତରଫରୁ ସହରର ସମସ୍ତ ୧୩ ଟି ୱାର୍ଡର ବିଭିନ୍ନ ଗଳିକନ୍ଦିରେ ଫୋଗିଙ୍ଗ ମେସିନ ଦ୍ୱାରା ମଶା ଘଉଡ଼ିବା ଧୂମ୍ର କ୍ଷେପଣ କରାଯାଉଛି I ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ରଙ୍କ ନେତୃତ୍ୱରେ ଗତ ତା – ୧୩-୦୭-୨୦୨୪ରିଖରୁ ଆରମ୍ଭ କରି ଦୈନିକ ଏକ ବ୍ୟାଟେରୀ ଚଳିତ ଯାନରେ ଧୂମ୍ର କ୍ଷେପଣ କରାଯାଉଛି I ଏହାବ୍ୟତୀତ ଡ୍ରେନରେ ବର୍ଜ୍ୟବସ୍ତୁ ନପକାଇ ନିଜ ଘର ଚାରିପାଖ ପରିସ୍କାର ରଖିବା ଓ ମଶାରୀ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି I ବିଶେଷକରି ଡେଙ୍ଗୁ , ମ୍ୟାଲେରିଆ ଓ ଡାଇରିଆ ର କାରଣ , ନିରାକରଣ ଓ ପ୍ରତିକାର ସମ୍ବନ୍ଧରେ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ପରିଷଦ ଦ୍ୱାରା ସଚେତନ କରାଯାଉଛି I ପରିଷଦର ଏଭଳି କାର୍ଯ୍ୟକ୍ରମକୁ ବେଲଗୁଣ୍ଠାର ବୁଦ୍ଧିଜୀବୀ ତଥା ସର୍ବସାଧାରଣରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)