ବିଜେଡି ସଭାପତି ଅଧ୍ୟକ୍ଷତାରେ ବଣବିଲ ଗ୍ରାମରେ ମିଶ୍ରଣ ପର୍ବ ——–
(ଦିପକ ପ୍ରଧାନ ,ରା,ଉଦୟଗିରି) ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତ ର ବଣବିଲ ଗ୍ରାମରେ ଏକ ମିଶ୍ରଣ ଜିଲ୍ଲା ବିଜେଡ଼ି ସଭାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସମ୍ନାନିତ ଅତିଥି ଭାବେ ବ୍ଲକ୍ ବିଜେଡ଼ି ସଭାପତି ଜହନ ମାଝି, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ସଦସ୍ୟ ଜେମ୍ସ୍ ରାଇକା ,ବରିଷ୍ଠ ସମାଜସେବୀ ପ୍ରେମ ମାଝି, ଏମ୍,ପି ପ୍ରତିନିଧି ରିଙ୍କୁ ପାଣି, ସରପଞ୍ଚ ,ସମିତି ସଭ୍ୟ ତଥା ଅଞ୍ଚଳର ବିଜୁପରିବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଉକ୍ତ ଗ୍ରାମ ଏକ ନୁଆଗଡ଼ ବ୍ଲକ୍ ର ଦୁର୍ଗମ ଅଞ୍ଚଳ ହୋଇଥିଲେ ମଧ୍ୟ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ରେ ଅନୁପ୍ରାଣିତ ତଥା ଅଞ୍ଚଳର ଜନସାଧାରଣ ଙ୍କ ପ୍ରତି ଜନହିତକାରୀ ଯୋଜନା ଯେପରି ସ୍ୱାସ୍ଥ୍ୟ ସେବା, ରାସ୍ତା, ଶିକ୍ଷା, ଧାର୍ମିକ ଅନୁଷ୍ଠାନ, ଯୋଗାଯୋଗ ପାଇଁ ଟାୱାର, ଉକ୍ତ ଗ୍ରାମରେ ପହଞ୍ଚି ପାରିଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ଶତାଧିକ କର୍ମୀ ଙ୍କଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇ ଆଗାମୀ ୨୦୨୪ ନିର୍ବାଚନରେ ଦଳ ପାଇଁ ପୁର୍ଣ୍ଣ ସହଯୋଗୀ ହୋଇ ନିଷ୍ଠାପର ଭାବେ କାମ କରିବାପାଇଁ ଗ୍ରାମବାସୀ ଦ୍ରୁଢ଼ ସଙ୍କଳ୍ପ ନେଇଛନ୍ତି ।