March 7, 2026
IMG-20250625-WA0040
Share

 

 

 

ଖୋର୍ଦ୍ଧା୍– (ପ୍ରିୟଙ୍କା ମହାପାତ୍ର)ମୁଁ ଏଲ୍ ଇଶ୍ଵର ରାଓ, ସୂକ୍ଷ୍ମ କଳାକାର। ମୁଁ ହାଟବଜାର, ଗୋପୀନାଥପୁରରେ ରହେ। ମୁଁ ପ୍ରତ୍ୟେକ ବର୍ଷ ରଥଯାତ୍ରା ପାଇଁ କଳାକୃତି କରେ। ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ନୂଆ କାମ କରିଛି। ଏଇ ବର୍ଷ 200 ଏମ ଏଲ ପ୍ଲାଷ୍ଟିକ ବୋତଲ ଭିତରେ ଚତୁର୍ଦ୍ଧା ମୂର୍ତ୍ତି ( ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା , ସୁଦର୍ଶନ) ରଖିଲି। ଚକ୍ ଖଡ଼ିରେ ନିର୍ମିତ ଏହି ମୂର୍ତ୍ତି 1 ଇଞ୍ଚ ଉଚ୍ଚତା ବିଶିଷ୍ଟ। ଏହି ମୂର୍ତ୍ତିଗୁଡ଼ିକୁ ବୋତଲ ଭିତରେ ପଥରରେ ପ୍ରସ୍ତୁତ ସିଂହାସନରେ ରଖିଛି। ଯାହାର ଉଚ୍ଚତା ସାଢ଼େ 2 ଇଞ୍ଚ ଏବଂ ଚଉଡ଼ା 2 ଇଞ୍ଚ। ଏହା ପଛପଟେ ମୁଁ ପେପର କ୍ରାଫ୍ଟ ରେ 5 ଇଞ୍ଚର ରଥର ଉପରିଭାଗ ପ୍ରସ୍ତୁତ କରିଛି। ଏହି କାମ କରିବା ପାଇଁ ମୋତେ ୫ ଦିନ ସମୟ ଲାଗିଥିଲା। ଏହି କଳା ମାଧ୍ୟମରେ ମୁଁ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଉଛି।ଯୋଉ ମାନେ ପୁରୀ ଯାଉଛନ୍ତି ରଥଯାତ୍ରା ଦର୍ଶନ କରିବା ପାଇଁ ସେମାନେ ପ୍ଲାଷ୍ଟିକ କୁ ବ୍ୟବହାର ନ କରି ପ୍ରଭୁଙ୍କୁ ଦର୍ଶନ କରି ଭଲରେ ଫେରିବେ ଯେମିତି ଏ ହିଁ ମୋ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା