June 18, 2026

ବଢୁଥିବା ମହିଳା ନିର୍ଯ୍ୟାତନା ଏବଂ ଗୋପାଳପୁର ଗଣ ଦୁଷ୍କର୍ମ ବିରୋଦ୍ଧରେ ବିଜେଡ଼ିର ବିକ୍ଷୋଭ

IMG-20250625-WA0033
Share

 

 

ବେଲଗୁଣ୍ଠା,୨୫/୦୬,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ଛାତ୍ର ବିଜେଡ଼ି ତରଫରୁ ଏକ ପ୍ରତିବାଦ ସେବା ଅନୁଷ୍ଠିତ ହୋଇଯାଇଛି I ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ଡବଲ୍ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଥିବା ବୈମାତୃକ ମନୋଭାବକୁ ନିନ୍ଦା କରିଥିବା ବେଳେ ଓଡ଼ିଶାରେ ବଢ଼ି ଚାଲିଥିବା ମହିଳା ନିର୍ଯ୍ୟାତନାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳ ଯୋଗ ଦେଇ ବିଜେପି ସରକାର ଅମଳରେ ମାଆ ମାନଙ୍କ ସୁରକ୍ଷା ତଥା ସ୍ୱାଧୀନତା ବ୍ୟାହତ ହୋଇଥିବା ନେଇ ଦୁଃଖ ପ୍ରକାଶ କରିଥିଲେ Iବ୍ଳକ୍ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ ମୋହନ ସରକାରଙ୍କୁ ଅପାରଗ ବୋଲି କହିବା ସହିତ ନାରୀ ନିର୍ଯ୍ୟାତନାର ତୁରନ୍ତ ସମାପ୍ତି ପାଇଁ ଦାବି କରିଥିଲେ I ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ବେଣୀପୋଲି ସରପଞ୍ଚ ଦୂର୍ଗା ମାଧବ ନାୟକ ବିଜେପି ସରକାରରେ ଅରାଜକତା ଚାଲିଥିବା ବେଳେ ଏହା ବିରୁଦ୍ଧରେ ବିଜେଡ଼ିର ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରିଥିଲେ I ଏହି ପ୍ରତିବାଦ ସଭାରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ବିଜେଡ଼ି ନେତା ଭଗବାନ ପଣ୍ଡା, ସନ୍ତୋଷ,ପଣ୍ଡା,ବଡ଼ ବୋର୍ସିଂ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ୍ ରାମେଶ୍ଵର ପାତ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ବେଣୀପଲ୍ଲୀ ସମିତିସଭ୍ୟା ମମତା ମହାନ୍ତି, ଶାସନ ସମିତିସଭ୍ୟା ପିନାକୀନୀ ବିଷୋୟୀ,ପୂର୍ବତନ ଗାଙ୍ଗପୁର ସମିତିସଭ୍ୟ ତୁଷାର ବିଷୋୟୀ,ପୂର୍ବତନ ସରପଞ୍ଚ ଚନ୍ଦ୍ର ଶେଖର୍ ନାୟକ, ସୀମାଞ୍ଚଳ ବିଷୋୟୀ ଜୟରାମ ନାୟକ, ଗୁରୁନାଥ ମହାନ୍ତି, ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ୍, ରାଜ୍ୟ ଛାତ୍ର ବିଜେଡ଼ି ସହ ସଂପାଦକ ଜ୍ୟୋତି ନାୟକଙ୍କ ସମେତ ବେଲଗୁଣ୍ଠା ଏବଂ ସୋରଡା ବ୍ଳକ୍ ଓ ଏନଏସିର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ଵ ବିଜେଡ଼ି କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇ ବିଜେପି ସରକାର ଅମଳରେ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା ଏବଂ ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ I ସରକାର ବର୍ତ୍ତମାନ ପୋଲିସ୍ କୁ ନିଜ କାମ ପାଇଁ ବ୍ୟବହାର କରୁଥିବା ବେଳେ ନାରୀ ମାନେ ବର୍ତ୍ତମାନ ଅସୁରକ୍ଷିତ ଘଟଣା ଚିନ୍ତା ଜନକ ହୋଇଛି ବୋଲି ଉପସ୍ଥିତ ନେତା ମାନେ ପ୍ରକାଶ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed