March 7, 2026

ଗଜପତି ଜିଲ୍ଳାର ବିଭିନ୍ନ ଅଂଚଳରେ ଆନ୍ଧ୍ର ଓଡିଶା ଅବକାରୀ ଟିମର ମିଳିତ ଚଢ଼ାଉ ୯,୨୦୦ ଲିଟର ଦେଶୀ ମଦ ଓ ପୋଚ ଜବତ 

IMG-20250625-WA0017
Share

 

ପାରଳାଖେମୁଣ୍ଡି:୨୫/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଆନ୍ଧ୍ର – ଓଡିଶା ଅବକାରୀ ଚଢ଼ାଉ କରାଯାଇ 9,200 ଲିଟର ଦେଶୀ ମଦ ଓ ପୋଚ ଜବତ କରାଯାଇଥିବା ସୂଚନା ମିଳିଛି. ଏହି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ସିରିଡା, ବୁରୁସିଲିଗୁଡା, କଟାଗୁଡା, ତାମିଲଗୁଡା, ଅମଡା ଆଦି ୬ ଗୋଟି ଗ୍ରାମରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଅବକାରୀ ଟିମ ସହ ଗଜପତି ଜିଲ୍ଲା ଓ ରାୟଗଡ ଜିଲ୍ଲାର ଅବକାରୀଟିମ ମିଳିତ ଭାବେ ଚଢ଼ାଉ କରିଥିଲେ. ଆଜିର ଏହି ଚଢ଼ାଉରେ ୭,୭୦୦ ଲିଟର ପୋଚ ସହିତ ୧୫୦୦ ଲିଟର ଦେଶୀ ରନ୍ଧା ମଦକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ସୂଚନା ମିଳିଛି. ଅବକାରୀ ଦଳର ଏହି ମିଳିତ ଚଢ଼ାଉ ନେଇ ପାହାଡ଼ ଉପରୁ ଚୋରା ମଦ ବେପାରୀମାନେ ଦେଖି ପାରି ନିଜନିଜକୁ ଆତ୍ମଗୋପନ କରିଥିବା ଯୋଗୁଁ ଚଢ଼ାଉରେ କେହି ଗିରଫ ହୋଇନଥିବା ଜଣାଯାଇଛି.

You may have missed