March 7, 2026

ରଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଗଜପତି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ  

IMG-20250625-WA0022
Share

 

 

ପାରଳାଖେମୁଣ୍ଡି:୨୫/୬(ଗରୁଡ ଧ୍ଵଜ ଚୌଧୁରୀ) ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଶାସନ ଭାର ଏବେ ଅପାରଗ ବିଜେପି ସରକାର ହାତରେ। ଯାହାକୁ ନେଇ ଗଜପତି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ପୁର୍ବରୁ ଶାନ୍ତ ଓ ବିକାଶ ଦିଗରେ ଆଗକୁ ବଢିଥିଲା ଓଡ଼ିଶା। ପୂର୍ବ ସରକାରଙ୍କ ସମୟରେ ନାରୀ ସୁରକ୍ଷିତ, ସଶକ୍ତିକରଣ ଓ ଜୀବିକାନିର୍ବାହ କ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇଥିଲେ ମହିଳା। ଏବେ ସାରା ରାଜ୍ୟ ରେ ବଢ଼ିଚାଲିଛି ନାରୀ ନିର୍ଯାତନା । ଏପରିକି ଅନ୍ତର୍ଦେଶୀୟ ସ୍ତରରେ ଚର୍ଚ୍ଚାରେ ରହିଛି ଓଡ଼ିଶା।ଯାହା ଓଡିଆ ଅସ୍ମିତାକୁ ନିନ୍ଦିତ ଓ ଅପମାନିତ କରିଛି। ଯାହା ଓଡ଼ିଶା ପାଇଁ ଏକ ଲଜ୍ୟା ର ବିଷୟ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଜିଲ୍ଲାରେ ମଧ୍ୟ ନାରୀ ସୁରକ୍ଷିତ ନାହାନ୍ତି। ନାରୀ ନିର୍ଯାତନା ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଶହ ଶହ ମାମଲା ରୁଜୁ ହେଉଛି କିନ୍ତୁ କାର୍ଯ୍ୟ ଶୂନ। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି କଲେଜ ଛକ ଠାରେ ବିଜେପି ସରକାରଙ୍କ ଅପାରଗତାକୁ ନେଇ ଗର୍ଜନ କରିଛି ବିଜେଡି। ଆଗାମୀ ଦିନରେ ଏଭଳି ସ୍ଥିତି ଜାରି ରହିଲେ ରାଜ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ। ମୂଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କୁଶପୁତ୍ତଳିକା ଦାହ କରିବା ସହ ସରକାରଙ୍କ ଦୁର୍ବଳତା ନେଇ ବିଜେଡିର ନାରାବାଜିରେ ସହର ପରିକ୍ରମା ରେ ସାମିଲ ହୋଇଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଯୁବ ସଭାପତି ବିଶ୍ୱଜିତ ତ୍ରିପାଠୀ, ସମସ୍ତ ବିଜେଡି ନେତା ସହ ଶତାଧିକ ଛାତ୍ର ଓ ଯୁବ ବିଜେଡ଼ିର କର୍ମୀ।