ଗିର୍ଲା କଲ୍ୟାଣ ମଣ୍ଡପ ରେ ସମିତି ସଭ୍ୟ ସଭ୍ୟା ଙ୍କ ଜରୁରୀ ବୈଠକ..

କୋରାପୁଟ (ହରିଶ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ଗୀର୍ଲା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଥିବା କଲ୍ୟାଣ ମଣ୍ଡପ ଠାରେ ସମିତି ସଭ୍ୟ, ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବାଶୌଚାଳୟ କାର୍ଯ୍ୟକ୍ଷମ ପ୍ରତି ଦିନ ହେଉନଥିବା ଶତାଧିକ ମହିଳା ବ୍ଲକ ପରିସରରେ ଥିବା ଅଙ୍ଗନୱାଡି କାର୍ଯ୍ୟାଳୟ, ଆଧାର କେନ୍ଦ୍ର, ବ୍ୟାଙ୍କ, ଓଏଲଏମ କେନ୍ଦ୍ର କୁ ଆସନ୍ତି କିନ୍ତୁ ବାରମ୍ବାର କହିବା ସତ୍ତ୍ୱେ ଆଜିକୁ ଆଠ ବର୍ଷ ହେବ ଶୌଚାଳୟ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। କୁସୁମୀ, ଗୁହାଳି, ସର୍ଗିଗୁଡ଼ା, ବତାସନା, ଚାନ୍ଦିଲି, ସୁତିପଦର, ଭନସୁଲୀ, ଡମଣାହାଣ୍ଡି, ଗୁମୁଡ଼ା ର ସମିତି ଙ୍କୁ ଅଣଦେଖା କରାଯାଉଥିବା ଆଲୋଚନା କରିଥିଲେ। ଗୀର୍ଲ୍ଲା ୟୁ ପି ସ୍କୁଲ ପରିସର ନିମ୍ନ ମାନର କାର୍ଯ୍ୟ ହେଉଛି। ଆଙ୍କୁଲା ଠାରୁ ଗିର୍ଲ୍ଲା ଯିବା ରାସ୍ତାରେ ଅନାବଶ୍ୟକ ସ୍ଥଳେ ଫିଲ୍ଡ ଚାନେଲ କାମ ହୋଇଛି ଏହି ଦୁଇଟି କାମ ର ତଦନ୍ତ ହବା ଦରକାର ବୋଲି ଦାବୀ କରିଛନ୍ତି। ଜୁନ ମାସରେ ଛ ତାରିଖ ମାସିକ ବୈଠକରେ ଆଲୋଚନା କରି ସମସ୍ୟା ବିଡିଓ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ସୁନ ବୋଲି ଆଲୋଚନା କରିଥିଲେ। ଏମ ଜି ଏନ ଆର ଜି ଏ କାର୍ଯ୍ୟ ଗୁଡ଼ିକର ଅନିୟମିତତା ଦାଣ୍ଡ ରେ ପଡ଼ି ହାଟରେ ଗଡି ଲାଣୀ ଭେଣ୍ଡର ଙ୍କ ନାମରେ ଟଙ୍କା ଆସିଲା ପରେ ଭିଜିଲାନ୍ସ ଦ୍ବାରସ୍ଥ ହେବାକଥା। ଆମ କଥା କେହି ଶୁଣିନଥିବା ପ୍ରକାଶ କରିଛନ୍ତି ସଭ୍ୟ ସଭ୍ୟା ମାନେ। ତେଣୁ ଯାହାର ସମ୍ମାନ ପାଇଁ ସିଏ ଲଢ଼ିବା ଗଣମାଧ୍ୟମ ଜରିଆରେ। କେତକ ପଞ୍ଚାୟତ ରେ ସମିତି ଙ୍କ ପାଇଁ ଚୌକି ଟିଏ ନ ଥିବା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ସମିତି ସଭ୍ୟ ଶୁକଦେବ ବିଡାର, ପ୍ରତାପ ସାହୁ, କାଞ୍ଚନ ବାଗ୍, ମେଲକା ଜାଇଫହୁଲ, ଗୁରୁନାଥ ହରିଜନ, ଶ୍ରୀଦେବୀ ରାଓ, ଜଗଦୀଶ ଭତରା, ନମିତା ଦିଆନ, ବ୍ଲକ ଅଧ୍ୟକ୍ଷା କମଳା ଭତରା, ଉପାଧ୍ୟକ୍ଷ ତପନ ପାଣିଗ୍ରାହୀ ଙ୍କ ସମେତ ସମସ୍ତେ ଉପସ୍ଥିତ ଥିଲେ।ଏଇଇ ସନ୍ତୋଷ ବାଗସିଂ ଙ୍କୁ ତ ଏ ପର୍ଯ୍ୟନ୍ତ ରିଲିଭ କରାଯାଇନାହିଁ. ଆମ ସମ୍ମାନ ସହ ଖେଳା ଯାଉଛି. ଏକ ମାତ୍ର ସାହା ଭରସା ଗଣ ମାଧ୍ୟମ. ପଞ୍ଚାୟତ ରେ ହୋଉଥିବା ଅନିୟମିତତା କୁ ଗଣ ମାଧ୍ୟମ ଜରିଆରେ ଲୋକଲୋଚ କୁ ନ ଆଣିଲେ କେହି ସୁଧୁରିବେ ନାହିଁ. ବ୍ଲକରେ ଦ୍ରୁତ ଗତି ରେ ଦୁର୍ନୀତି ଚାଲିବ ବୋଲି କେତେକ ସମିତି ସଭ୍ୟ ସଭ୍ୟା ମାନେ କୋଟପାଡ଼ ପହଞ୍ଚିବା ପରେ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି.କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
