ସରକାରୀ ଉଚ୍ଚ ବିଦ୍ୟାଳୟରେ ରେ ପଶି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବେକ ରୁ ସୁନା ଚେନ୍ ଓ ମୋବାଇଲ ଲୁଟ ଘଟଣା ର ପରଦା ଫ୍ଲାସ କରିଛି ମୋରଡା ପୋଲିସ—-
ମୋରଡା(ବିଭୂତି ରାଉତ) ଦୀର୍ଘ ସାତ ମାସ ଧରି ପୋଲିସ ଚୋର କୁ ଧରିବାକୁ ସନ୍ଧାନ ଜାରି ରଖିଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ମୋରଡା ଥାନା ଅଧିକାରୀ ସୁମିତ୍ କୁମାର ସୋରେନ ତେବେ ସୂଚନା ଅନୁଯାୟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଚିକୀଟା ମାଟିଆ ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ମାଳା ଦାସ ନିଜ କ୍ୱାଟର ରେ ବିଶ୍ରାମ ନେଉଥିବା ବେଳେ କେହି ଜଣେ ଦୃର୍ବୁତ୍ତ ଘରେ ଧସେଇ ପଶି ବେକ କୁ ଯାକି ଜର କରି ପିନ୍ଧିଥିବା ସୁନା ହାର,ମୁଦି,କାନଫୁଲ, ସୁନା ଚୁଡ଼ି ସହିତ ମୋବାଇଲ ଫୋନ ଛଡାଇ ନେଇ ଖସି ଯିବାରେ ସଫଳ ହୋଇଥିଲେ ତେବେ କୌଣସି ଉପାୟ ନପାଇ ଶିକ୍ଷୟିତ୍ରୀ ଚିଲେଇବାରୁ ସହକର୍ମୀ ମାନେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ ତେବେ ତା ପର ଦିନ ଶିକ୍ଷୟିତ୍ରୀ କାଞ୍ଚନ ମାଳା ଥାନାର ଦ୍ବାରସ୍ଥ ହୋଇଥିଲେ ତେବେ ଏ ନେଇ ମୋରଡା ପୋଲିସ ମାମଲା ରୁଜୁ କରି ଦୀର୍ଘ ଛଅ ମାସ ହାତ ବାନ୍ଧି ବସି ରହିଥିବା ବେଳେ ନୂତନ ଭାବେ ଏକ ମାସ ତଳେ ଥାନା ଅଧିକାରୀ ସୁମିତ କୁମାର ସୋରେନ ଥାନାରେ ଯୋଗ ଦେଲା ପରେ ଘଟଣାକୁ ଗମ୍ଭୀରତା ସହ ନେଇ ଛନବିନ ଆରମ୍ଭ କରି ଚର କୁ ଧରିବାରେ ସଫଳ ହୋଇଥିଲେ ତେବେ ଚର ପାଖରୁ ହିରୋ
ପେସନ୍ ପ୍ରୋ ମଟର ସାଇକେଲ, କାନ ଫୁଲ ଏକ ହଳ, ଚୋରି ହୋଇଥିବ ମୋବାଇଲ୍ ଫୋନ୍,ଚରି ରେ ବ୍ୟବହୃତ ହୋଇଥିବା ଚର ର ମୋବାଇଲ୍ ଫୋନ୍ ଏବଂ ଚୋର ଚୋରି କରି ଏକ ଘରୋଇ ସଂସ୍ଥା ରେ ଚରି କରିଥିବା ତିନି ହଳ ଗହଣା ଜମା ଦେଇ ଲୋନ୍ ଆକାରରେ ହାରାହାରି ୮୦ ହଜାର ଟଙ୍କା ଲୋନ ନେଇଥିବା ସୂଚନା ମିଳିଛି ତେବେ ପୋଲିସ ଉକ୍ତ ଗହଣା କୁ ନିଜ ହେପାଜତକୁ ନେବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅଭିଯୁକ୍ତ ଚର କୈଳାସ କୁ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ତେବେ ନୂଆକରି ଆସିଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ ଙ୍କ ସଫଳତାରେ ବୁଦ୍ଧି ଯିବି ମହଲ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ଅପର ପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ମାଳା ଦାସଙ୍କ ସୂଚନା ଅନୁସାରେ ଉକ୍ତ ସ୍କୁଲ ର ଜନୈକ ଶିକ୍ଷୟିତ୍ରୀ ଙ୍କ ସ୍ବାମୀ ଚୋରି କରିଥିବା କଥାକୁ ନେଇ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
