July 1, 2024

ଭିଜିଲାନ୍ସ୍ ଜାଲରେ ଗାଙ୍ଗପୁର ରାଜସ୍ୱ ନୀରିକ୍ଷକ ପ୍ରଦୀପ ଗୌଡ଼ , 7000 ଲାଞ୍ଚ ନେଉଥିଲେ ,

Share

 

ବେଲଗୁଣ୍ଠା, 25/06, ଆଜି ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁ୍ଥିବା ବେଳେ ଭିଜିଲାନ୍ସ୍ ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ଗାଙ୍ଗପୁର ରଜସ୍ଵ ନୀରିକ୍ଷକ ପ୍ରଦୀପ କୁମାର ଗୌଡ଼ I ସୁଚନା ପ୍ରକାରେ ଗାଙ୍ଗପୁର ଆର୍.ଆଇ ପ୍ରଦୀପ କୁମାର ଗୌଡ଼ ଜଣେ ବ୍ୟକ୍ତିଙ୍କ ପ୍ରପର୍ଟି ଭେଲ୍ୟୁଏସନ୍ ଏନକ୍ୱାରୀ ରିପୋର୍ଟକୁ ଦାଖଲ କରିବା ପାଇଁ ସାତ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଵ୍ରହ୍ମପୁର ଭିଜିଲାନ୍ସ୍ ନିକଟରେ ଅଭିଯୋଗ ହୋଇଥିଲା I ଏନେଇ ଆଜି ପୂର୍ବ ପ୍ରସ୍ତୁତି ମୁତାବକ ଶ୍ରୀ ଗୌଡ଼ଙ୍କ ଖେତ୍ରିୟବରପୁର କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ତାଙ୍କ ଠାରୁ ନଗଦ ସାତ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ ଟିମ I ଏନେଇ ବ୍ରହ୍ମପୁର ଭିଜିଲାନ୍ସ୍ ରେ 09/24 ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି I ଭିଜିଲାନ୍ସ୍ ଟିମ୍ ପ୍ରଦୀପ ଗୌଡ଼ଙ୍କ ଭଞ୍ଜନଗର ବ୍ଳକ୍ ଜିଲୁଣ୍ଡି ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି I(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)

You may have missed