March 10, 2026

ଏ ଆଇ ସି ସି ସଭାପତି ଶ୍ରୀ ଖଡଗେ ଙ୍କୁଦିଲ୍ଲୀ ବାସ ଭବନ ରେ ଭେଟିଲେ ଓଡ଼ିଶାରୁ କଂଗ୍ରେସ ଟିକେଟ ରେ ବିଜୟୀ ହୋଇଥିଲା ସାଂସଦ ଓ ବିଧାୟକ ଗଣ

IMG-20240625-WA0041
Share


ନୂଆଦିଲ୍ଲୀ ଠାରେ ଏ ଆଇ ସି ସି ସଭାପତି ଶ୍ରୀ ମଲିକାର୍ଯୁନ ଖଡଗେ ଙ୍କୁ ଭେଟିଛନ୍ତି ଓଡ଼ିଶା ରୁ କଂଗ୍ରେସ ଟିକେଟ ରେ ବିଜୟୀ ହୋଇଥିବା ସାଂସଦ ଓ ବିଧାୟକ ଗଣ। କୋରାପୁଟ ସାଂସଦ ସପ୍ଟଗିରି ଶଙ୍କର ଉଲ୍ଲାକା ଙ୍କ ନେତୃତ୍ୱରେ ମୋହନା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିବା ବିଧାୟକ ଦାଶରଥି ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକ୍କା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଦିଲ୍ଲୀ ସ୍ଥିତ ବାସ ଭବନରେ ଶ୍ରୀ ଖଡଗେ ଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜ୍ୟରେ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଚଳିତ ନିର୍ବାଚନରେ କଂଗ୍ରେସ ର ବିଜୟ ପାଇଁ ସାଂସଦ ଓ ବିଧାୟକ ମାନଙ୍କୁ ଶ୍ରୀ ଖଡଗେ ଶୁଭେଚ୍ଛା ଜଣାଇଛନ୍ତି ଆଗାମୀ ଦିନରେ ନିଜ ଅଞ୍ଚଳ ସମେତ ଓଡ଼ିଶା ଲୋକଙ୍କ ସହ ରହି ଲୋକଙ୍କ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଏହା ସହ ଦେଶ ଏବଂ ଓଡ଼ିଶା ର ସ୍ବାର୍ଥ ସମ୍ବଳିତ କାର୍ଯ୍ୟ ନିମନ୍ତେ ବିଧାନସଭା ଓ ଲୋକସଭା ରେ ସ୍ୱର ଉଠାଇବା ନିମନ୍ତେ
ଉପଦେଶ ପ୍ରଦାନ କରିଛନ୍ତି ଶ୍ରୀ ଖଡଗେ।