July 5, 2024

କାଦପଡାରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରଦାର

Share

ବୁଗୁଡ଼ା : ତା ୨୫ /୦୬/୨୪ : ଆସନ୍ତା ଜୁଲାଇ ୭ ତାରିଖରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ କାଦପଡା ଗ୍ରାମର ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସାଙ୍ଗକୁ ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ରଥର ଚକଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରି ପୁରଛନ୍ଦ କାମ ସାଙ୍ଗକୁ ଅଁଳା ଶ୍ରୀ, କଳସ ଉଠାଣ,ଶୁଆ ବନ୍ଧା ଓ ବେଦି ଘର କାମ ମଧ୍ୟ ସରିଥିବା ବେଳେ ଅନ୍ୟାନ୍ୟ ଛୋଟ ଛୋଟ କାମ ବାକି ରହିଛି । ସତେଇଶି ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥର ନିର୍ମାଣ କାର୍ଯ୍ୟ ମୁଖ୍ୟ କାରିଗର ହରିକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ଅନ୍ଯ କାରିଗରମାନଙ୍କ ଦ୍ବାରା ହୋଇଅଛି । ଅନ୍ୟପକ୍ଷରେ ଠାକୁର ଅଣସର ଘରେ ଥ‌ିବାବେଳେ ଶିଳ୍ପୀ ହରିହର ସ୍ବାଇଁଙ୍କ ଦ୍ବାରା ବନକ କାର୍ଯ୍ୟ ମଧ୍ୟ ଚାଲୁରହିଛି । ଗ୍ରାମବାସୀଙ୍କ ସହଯୋଗରେ ଏବଂ ଦଧିବାମନ ମନ୍ଦିର ପରିଚାଳନା କମିଟିର ତତ୍ତ୍ବାବଧାନରେ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏ ବର୍ଷର ରଥ ଯାତ୍ରାକୁ ଲୋକେ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।