September 29, 2024

୨୮ ଦିନରେ ପହଁଚିଲା ମା’ ରାମାୟାଣାମ୍ମା ଙ୍କ ଯାତ୍ରା l ଯୁବ ସମାଜସେବୀ ସୁଧୀର ପଟ୍ଟନାୟକଙ୍କ ପରିବାର ପକ୍ଷରୁ ମାଙ୍କୁ ନିମନ୍ତ୍ରଣ l

Share

 

ଛତ୍ରପୁର,ତା-୨୫/୬(ଅରୁଣ କୁମାର ପଣ୍ଡା )
ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ୨୮ ଦିନରେ ପହଞ୍ଚିଛି । ଛତ୍ରପୁରର ବିଶିଷ୍ଟ ସମାଜସେବୀ ସୁଧୀର ପଟ୍ଟନାୟକଙ୍କ ପରିବାର ପକ୍ଷରୁ ଗତକାଲି ମାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଭିନ୍ନ ଭୋଗରାଗ ସହ ହଳଦୀ କୁକୁମ ନେଇ ମାଙ୍କୁ ନିମନ୍ତ୍ରଣ କରିଥିଲେ ସୁଧୀରଙ୍କ ଧର୍ମପତ୍ନୀ ସମାପ୍ତି ପଟ୍ଟନାୟକ ଏବଂ ପରିବାର ସଦସ୍ୟ । ଏହା ପରେ ମଧ୍ୟାହ୍ନରେ ମାଙ୍କ ଅନ୍ନ ଭୋଗ ଅର୍ପଣ କରାଯାଇଥିଲା ମାଆଙ୍କର ଏହି ଦୁର୍ଲ୍ଲଭ ଭୋଗ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା । ଶେଷରେ ସନ୍ଧ୍ୟା ସମୟରେ ମା ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ହାଇସ୍କୁଲ ରୋଡ ନିକଟସ୍ଥ ସୁଧୀର ପଟ୍ଟନାୟକଙ୍କ ବାସଭବନ ନିକଟରେ ପହଁଚି ଭୋଗ ଗ୍ରହଣ କରିଥିଲେ । ଏହା ପରେ ବୁଧବାର ପ୍ରତ୍ୟୁଷରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଥିଲେ । ଭକ୍ତ ମାନଙ୍କ ନିମନ୍ତେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଓ ପ୍ରେମ ଡାନ୍ସ ଗ୍ରୁପ ତରଫରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।ତେବେ ଏହି ୨୮ ଦିନର ଯାତ୍ରାରେ CH.ଦୟାନିଧି ରେଡ୍ଡୀ ମ୍ୟାନେଜର,M. ସମରେନ୍ଦ୍ର ସେନାପତି ଆସିଷ୍ଟାଣ୍ଟ ମ୍ୟାନେଜର ,P ରାଜୁ ରେଡ୍ଡୀ କ୍ୟାସିୟର ,S ରାମୁଡୁ ରାଓ,କୁନି ଦାସ,ବାଲାଜୀ ଗୌଡ଼,ଶ୍ରୀନିବାସ ରାଓ,କୃଷ୍ଣା ରାଓ,s ଚନ୍ଦୁ,s ଗୋପୀ,t ବିକି,s କୈଳାସ,ଅଜୟ,s କାଳି, k ତେଜେସ୍ଵର୍,R ଶିବ ଓ ଅନ୍ୟାନ୍ୟ କମିଟି ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ