September 29, 2024

ଶ୍ରୀମିନାଝୋଲା ଠାରେ ଗୁରୁକୁଳ ବିଦ୍ୟାଳୟ ଆରମ୍ଭ

Share

ରାୟଗଡା :ରାୟଗଡା ଜିଲ୍ଲା ଆଦିବାସୀ ଅଧୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଂଚାୟତର ଶୈବପୀଠ ଶ୍ରୀମିନାଝୋଲା ଜନକଲ୍ୟାଣ ଆଶ୍ରମ ଠାରେ ଜନକଲ୍ୟାଣ ଗୁରୁକୁଳକୁ ମୁଖ୍ୟଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଗଣେଶ ଶବର ଯୋଗଦେଇଥିବା ବେଳେ, ସନ୍ନମାନିତ ଅତିଥି ଭାବେ ଆଶ୍ରମର ଅଧକ୍ଷ ବାଳକୃଷ୍ଣ ପଣ୍ଡା, ଜନକଲ୍ୟାଣ ଗୁରୁକୁଳର ଅଧକ୍ଷ ଉଦୟ ନାଥ ପଣ୍ଡା, ବୁଡୁବାଲି ସରପଞ୍ଚ ଭିମ ଗଗେରେଙ୍ଗା, ହନୁମନ୍ତପୁର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ କାଉ ମୁନି, ଚନ୍ଦ୍ରପୁରବ୍ଲକ ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ, ସିଙ୍ଗନା ତାଡିଙ୍ଗିଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ହରେ କୃଷ୍ଣ ଶବର, ଯୋଗ ଦେଇ ପ୍ରଥମେ ଗାୟତ୍ରୀ ମତାଙ୍କ ତୈଳଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣକରି ପ୍ରଦୀପ ପ୍ରଜ୍ୱଳନ କରି ନଡ଼ିଆ ଭୋଙ୍ଗାଯାଇ ଶୁଭରମ୍ଭ କରିଥିଲେ lମୁଖ୍ୟବକ୍ତା ଭାବେ ଜନକଲ୍ୟାଣ ଆଶ୍ରମର ବାବା ଜନକା ନନ୍ଦ ଗିରୀ ଉପସ୍ଥିତ ରହି ଥିଲେ l ଏହି ଗୁରୁକୁଳ ବିଦ୍ୟାଳୟର ଉଧେଶ୍ୟ ଅଶିକ୍ଷିତ, ଅନୁନତ ଦୁର୍ବଳ ବନବାସୀ ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସୁଭାରମ୍ଭ କରାଯାଇଥିଲା l ଏଥିରେ ନିଶ୍ଳୋକ ଛାତ୍ର ଛାତ୍ରୀ ମାନଙ୍କୁ ରହିବା,ଖାଇବା, ପଡିବା ଓ ସମସ୍ତ ପ୍ରକାର ସୁବିଧା ଗୁରୁକୁଳ ଆଶ୍ରମ ତରଫରୁ ଯୋଗାଇ ଦିଆ ଯିବ l ଗୁରୁକୁଳ ପଦ୍ଧତିରେ ଯୋଗ ଶିକ୍ଷା ସ୍ୱାସ୍ଥ୍ୟ ଆତ୍ମ ନିର୍ଭର ଶିଳତା ସମାଜ ଓ ବାପା ମା ଗୁରୁଜନ ପ୍ରତି ସଂମାନ ଭକ୍ତି ଶିକ୍ଷା ଶହ ପାଠ ପଡିବେ ବୋଲି ଜନ କଲ୍ୟାଣ ଆଶ୍ରମର ବାବା ଜନକାନନ୍ଦ ଗିରୀ ପ୍ରକାଶ କରିଛନ୍ତି l ଏଥିରେ ଜାତି ଧର୍ମ ନିର୍ବିଶେଷରେ ବସୁଦେବ କୁଟୁମ୍ବ କମ l ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହାକୁ ଆଶ୍ରମର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l
ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ