March 11, 2026

କୋରାପୁଟ ଜିଲ୍ଲା ସରପଞ୍ଚ ସଂଗଠନର ନୂତନ ପଦ ପଦବୀ ନିମନ୍ତେ ବୈଠକ।

IMG-20230625-WA0026
Share

 

କୋରାପୁଟ,୨୫।୬ (ଉପାନ୍ତ ଓଡ଼ିଶା )କୋରାପୁଟ ଜିଲ୍ଲା ସରପଞ୍ଚ ସଂଗଠନ ର ନୂତନ ପଦ ପଦବୀ ନିମନ୍ତେ ଏକ ବୈଠକ ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଗଠନ ୧୯୯୭ ମସିହାରେ ଗଠନ ହୋଇଆସିଛି । ସଂଗଠନକୁ କୋରାପୁଟ ଜିଲ୍ଲା ଆଦିବାସୀ ମହାସଂଘ ଦାୟିତ୍ୱ ରେ ରହି ସମସ୍ତ ପ୍ରକାର ସହଯୋଗ କରି ଆସୁଛି । ସଂଗଠନ ର ନିୟମ ଅନୁସାରେ ପ୍ରତ୍ୟେକ ୫ ବର୍ଷ ରେ ଥରେ ନିର୍ବାଚନ ପରେ ପୁଣି ନୂତନ ଭାବେ ପଦ ପଦବୀ ନିମନ୍ତେ ଚୟନ କମିଟିର ଗଠନ କରାଯାଏ । ଆଜି ଶନିବାର ୨୪ ତାରିଖ ଦିନ ୧୧ ଘଣ୍ଟା ସମୟରେ ଚୟନ ପ୍ରକ୍ରିୟା ହୋଇଥିଲା । କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକ ର ୨୪୦ ଜଣ ସରପଞ୍ଚ ଙ୍କ ଉପସ୍ଥିତି ରେ ସଂଗଠନ ର ସଭାପତି ଭାବେ କୋରାପୁଟ ବ୍ଲକ ମାନବାର ପଞ୍ଚାୟତ ର ସରପଞ୍ଚ ଲବ ମୁଦୁଲିଙ୍କୁ ସର୍ବ ସହମତି କର୍ମେ ଚୟନ କରାଗଲା, ସାଧାରଣ ସମ୍ପାଦକ ଜୟପୁର ବ୍ଲକ ଧନପୁର ସରପଞ୍ଚ ବଳଭଦ୍ର ଗାଦଵା,କୋରାପୁଟ ବ୍ଲକ ମସ୍ତିପୁଟ କୋଷାଧକ୍ଷ ଲକ୍ଷ୍ମୀ ମସ୍ତି କୁଟିଆ,ଉପଦେଷ୍ଟା ମଦନ କିରସାଣି,ଉପସଭାପତି ପ୍ରିୟଙ୍କା ଜାନି, କାର୍ଯ୍ୟକାରୀ ସଭାପତି କୁମୁଟି ଜାନି, ସହ ସମ୍ପାଦକ ପିଲବ୍ ସିରିକା ଙ୍କୁ ଚୟନ କରାଗଲା । ଏହି ନୂତନ କମିଟି ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ର ଲାଭ ଜିଲ୍ଲାର ପ୍ରତ୍ୟେକ ସରପଞ୍ଚ କେମିତି ଅବଗତ ହେବେ ତତ୍ ସହ ଜନ ସାଧାରଣଙ୍କୁ ଏହାର ଲାଭ କିପରି ମିଳିବ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।ଆଗାମୀ ଦିନରେ ସଂଗଠନ ଏକତ୍ରିତ ହୋଇ କାମ କରିବା ସହ ସରପଞ୍ଚ ମାନଙ୍କ ଭତ୍ତା ବୃଦ୍ଧି, ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନା କରିବାକୁ ନିଷ୍ପତି ନିଆଯାଇଥିଲା ।

 

ରିପୋର୍ଟର ଉପାନ୍ତ ଓଡ଼ିଶା ହରିଶ୍ କୁମାର ପଟ୍ଟନାୟକ,