March 11, 2026

ଡିଭାଇଡର ଅଧପନ୍ତରିଆ , ହଟୁନି ବଜାର ମଧ୍ୟସ୍ଥ ବିଦ୍ଯୁତ୍ ଟ୍ରାନ୍ସଫର୍ମର, ବଢୁଛି ଜନ ଅସନ୍ତୋଷ, ମନ୍ତ୍ରୀ ଗୋକୁଳାନନ୍ଦଙ୍କ ତୁରନ୍ତ ହସ୍ତକ୍ଷେପ ଦାବି 

IMG-20250525-WA0024
Share

ବୁଗୁଡ଼ା : ତା ୨୫/୦୫/୨୫ : ବୁଗୁଡ଼ା ସହରର

ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ

ରାସ୍ତାର ସୌନ୍ଦର୍ଯ୍ୟ କରଣ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ

ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ବର୍ଷ ବର୍ଷ ଧରି ଅଧପନ୍ତରିଆ ରହି ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପ୍ରଥମ କରି ୨୦୧୪-୧୫ ଆର୍ଥିକ ବର୍ଷରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ ରାଜପଥରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା । ତେବେ କେବଳ ମଦନ ମୋହନ ଛକ ଠାରୁ ବେତାରସିଂ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲେ ହେଁ ମଦନ ମୋହନ ଛକଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାରରେ ପଡି ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ବଜାର ମଧ୍ୟସ୍ଥ ବିଦ୍ଯୁତ୍ ଟ୍ରାନ୍ସଫର୍ମର ଏବଂ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଡିଭାଇଡର ହୋଇପାରୁ ନଥିବା ଦର୍ଶାଉଥିବା ବେଳେ ପୋଲସରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଡିଭାଇଡର ବ୍ୟବସ୍ଥା ହୋଇଥିଲେ ହେଁ ସେହି ଏକା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।ଏ ନେଇ ସ୍ଥାନୀୟ ନେତାଗଣଙ୍କ ଉଦାସୀନତା ମନୋଭାବ ଏବଂ କିଛି ନ୍ଯସ୍ତସ୍ବାର୍ଥ ବ୍ଯକ୍ତିଙ୍କ ଚାଲବାଜି ହିଁ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମୁଖ୍ଯ ସଡକ ପ୍ରଶସ୍ତିକରଣରେ ବାଧକ ସାଜିଥିବା ବିଦ୍ଯୁତ୍ ଟ୍ରାନ୍ସଫର୍ମରଟିର ଉଚ୍ଛେଦ ସାଙ୍ଗକୁ ଅସମ୍ପୂର୍ଣ ଡିଭାଇଡରକୁ ସମ୍ପୂର୍ଣ କରିବା ଦିଗରେ ଅଞ୍ଚଳର ପ୍ରଭାବୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ତୁରନ୍ତ ହସ୍ତକ୍ଷେପ ସାଙ୍ଗକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜନସାଧାରଣ ଦାବି ହେଉଛି ।