ଯୁବକ ର ଉନ୍ମତ୍ତ କାଣ୍ଡ…. କୁଜଙ୍ଗ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ….. l
କୁଜଙ୍ଗ
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ଗ୍ରାମର ନମିତା ଜୟସିଂ ସ୍ୱାମୀ – ଭାବଗ୍ରାହୀ ଜୟସିଂ ନାମକ ଜନୈକ ମହିଳା ଗତ ୨୪/୦୫/୨୫ ରାତି ରେ ବାହାର କୁ ପରିସ୍ରା କରିବାକୁ ଉଠିଥିବା ବେଳେ କିଛି ଉଚ୍ଚ ଧରଣର ଶବ୍ଦ ଶୁଣିବାକୁ ପାଇଥିଲା l ଶବ୍ଦ କୋଉଠୁ ଆସୁଛି ଜାଣିବାକୁ ଚାହିଁବାରୁ ଦେଖିଲା ଯେ , ତପନ କୁମାର ପଣ୍ଡା,ପିତା – କାହ୍ନୁ ଓରଫ ସଚ୍ଚିଦାନନ୍ଦ ପଣ୍ଡା ଗୋଟିଏ କଟୁରୀ ସାହାଯ୍ୟ ରେ ଗାଡ଼ି ର କାଚ କୁ ଭାଙ୍ଗୁଛି l ମହିଳା ଜଣକ ପ୍ରତିବାଦ କରିବାରୁ ତାକୁ ଖରାପ ଭାଷା ରେ ଗାଳି ଗୁଲଜ କରିଵା ସହିତ ମହିଳାଙ୍କ ଉପରେ ଆକ୍ରମଣ କରିବାରୁ ନମିତା ଜୟସିଂ ର ବାମ ହାତରେ ଖୁବ ଜୋର ରେ ଆଘାତ ଲାଗିଛି l ନମିତା ର ପାଟିତୁଣ୍ଡ ଶୁଣି ଆଖ ପାଖ ର ପଡୋଶୀ ଲୋକ ଦୌଡ଼ି ଆସିବାରୁ ଦୁର୍ବୁତ୍ତ ତପନ ପଣ୍ଡା କଟୁରୀ ଫିଙ୍ଗି ଦୌଡ଼ି ପଳେଇ ଗଲା l ଏ ସଂକ୍ରାନ୍ତ ରେ କୁଜଙ୍ଗ ପୋଲିସ କୁ ଅବଗତ କଲାପରେ କୁଜଙ୍ଗ ପୋଲିସ ତୁରନ୍ତ ଘଟଣାସ୍ଥଳ ରେ ପହଞ୍ଚି, ମାରଣାସ୍ତ୍ର କଟୁରୀ କୁ ଜବତ କରିବା ସହିତ ଆସାମୀ ତପନ କୁ ଗିରଫ କରି କେସ ନଂ ୧୮୮/୨୫ ରେ ଏକ ମାମଲା ରୁଜୁ କରି ମାନ୍ୟବର ଅଦାଲତ କୁ ପଠାଇ ଦେଇଛନ୍ତି ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
