ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଯୁବକ, ପାଞ୍ଚ ଫେରାର l

ବସ୍ତା ( ଦେବାଶିଷ ଦାଶ )
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବାରମାଢିଆ ଗ୍ରାମ ରେ ବିଳମ୍ବିତ ରାତିରେ ଚୋରି କରିବାକୁ ଆସି ଧରା ପଡି ଛେଚା ଖାଇଲେ ଜଣେ ଯୁବକ,ପାଞ୍ଚ ଫେରାର ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଛଅ ଜଣ ଯୁବକ ଦୁଇଟି ବାଇକ ରେ ଆସି ବାରମାଢିଆ ଗ୍ରାମ ର ମଡାଗଡ଼ିଆ ଆଦିବାସୀ ସାହି ର ଜୟନ୍ତୀ ରାମ ଘରେ ନଥିବା ର ସୁଯୋଗ ନେଇ ଗ୍ରିଲ ଏବଂ କବାଟ ର ତାଲା ଭାଙ୍ଗି ଘର ଭିତରେ ପଶିଥିବା ସମୟରେ ପଡିଶା ଲୋକେ ଜାଣିପାରି ଥିଲେ । ତୁରନ୍ତ ଗ୍ରାମ ର ଯୁବଗୋଷ୍ଠୀ ଚୋର ମାନଙ୍କୁ ଧରିବାକୁ ଚେଷ୍ଟା
କରିଥିଲେ । ତେବେ ଚୋର ମାନେ ଏହା ଜାଣିପାରି ଘଟଣା ସ୍ଥଳ ରୁ ପାଞ୍ଚ ଜଣ ଚୋର ଏକ ବାଇକ ନେଇ ଫେରାର ହୋଇଯାଇଥିବା ବେଳେ ଗ୍ରାମବାସୀ ଜଣେ ଚୋର ସହ ଏକ ନମ୍ବର ବିହୀନ ବାଇକ କୁ କାବୁ କରି ବସ୍ତା ପୋଲିସ କୁ ହସ୍ତାନ୍ତର କରିଥିଲେ। ଚୋର ଜଣକ ର ଘର ହଳଦୀପଦା ସ୍ଥିତ ଗୋବିନ୍ଦା ଗ୍ରାମ ର ରଞ୍ଜନ ପରିଡା ବୋଲି ଜଣାପଡିଛି। ଅଟକ ଚୋର କୁ ପୋଲିସ ମେଡିକାଲ ପଠାଇ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୋଗ କାରିଣୀ ଜୟନ୍ତୀ ରାମ ତାଙ୍କ ର ଘରୁ ଗୋଟିଏ ସୁନା ଓ ରୁପା ହାର ନଗଦ ଆଠ ହଜାର ଟଙ୍କା ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି ।