June 29, 2024

ବିଶାଳ ବାଇକ୍ ରାଲି କରି ଗ୍ରାମ ଗ୍ରାମ ବୁଲି ଭୋଟ ମାଗିଲେ ବାଇଧର …

Share

ଅସ୍ତରଙ୍ଗ,,ବିଜେପି ପ୍ରାର୍ଥୀ ଶ୍ରୀ ବାଇଧର ମଳିକ,ଶନିବାର ଦିନ ଅସ୍ତରଙ୍ଗ ର ପୂର୍ବତନ ସରପଂଚ ଦିବାକର ଛାଟୋଇ, ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଧିକାରୀ ବେହେରା ଙ୍କୁ ସଙ୍ଗରେ ଧରି ,ଏକ ବାଇକ୍ ରାଲି କରି ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଏକ ନମ୍ୱର୍ ଜୋନ ର ବିଭିନ୍ନ ପଞ୍ଚାୟତ ବୁଲି ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି । ରାଲୀଟି ଅସ୍ତରଙ୍ଗ ଗ୍ରାମପଞ୍ଚାୟତ ର ମା ଜାଗୁଳାଇ ପୀଠରୁ ବାହାରି ଅସ୍ତରଙ୍ଗ, ପାଟଳଦା, ଛୁରିଅନା, କୋରଣା, ଓ ମାଣ୍ଡୁକି ପଞ୍ଚାୟତ ଆଦି ପରିକ୍ରମା କରିଥିଲା । ଗ୍ରାମମାନଙ୍କରେ ବିଜେପି ପ୍ରାଥୀ ରାଲୀ କରି ଗଲାବେଳେ ସେମାନଙ୍କୁ ଙ୍କୁ ଉଛସିତ ସମ୍ବର୍ଦ୍ଧନା ଦିଆ ଯାଉଥିବାଦେଖିବାକୁ ମିଳିଥିଲା। କର୍ମୀମାନେ ବାଦ୍ୟ ଯନ୍ତ୍ର ର ତାଳେ ତାଳେ ଜୟ ଶ୍ରୀରାମ,ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକାଶ ଉପରେ ବିଭିନ୍ନ ଦଳୀୟ ନାରାବାଜି କରି ଆଗେ ଆଗେ ଯାଉଥିବା ବେଳେ, ସୁ ଶୋଭିତ ଖୋଲା ଗାଡ଼ିରେ ଦଣ୍ଡାୟମାନ ଥିବା ବାଇଧର ବାବୁ, ତାଙ୍କୁ କାକଟପୁର ବିଧାନସଭା ପାଇଁ ଓ ବିଭୁ ପ୍ରସାଦ ତରାଇ ଙ୍କୁ ଜଗତସିଂହପୁର ଲୋକ ସଭା ପାଇଁ ଆସନ୍ତା ୧ ତାରିଖ ରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଜେପି ର ବରିଷ୍ଠ ନେତା ଇଶ୍ଵର ବେହେରା,ଅସ୍ତରଙ୍ଗ ମଣ୍ଡଳ ସଭାପତି ପ୍ରଭାକର ନାୟକ,ନୂଆଗଡ ମଣ୍ଡଳ ସଭାପତି ଗୋଲେଖ ପ୍ରଧାନ, ଯୁବ ନେତା, ପ୍ରସନ୍ନ ବାରିକ, ଶିଶିର ବେହେରା,ମାନସ ରାଉତ , ମନୁଆ ନାୟକ,ଦୁଃଖା ପରିଡ଼ା,ନାରଣ ନାୟକ ,ନୃଂଶିହ,ରାଉତ, ଅଭିନ ନାୟକ, ଗଗନ ବିଶ୍ଵାଳ ଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ଥିଲେ ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)