March 8, 2026

ଅକରୁଆ ପଂଚାୟତରେ ମନରେଗା କାର୍ଯ୍ୟରେ ଦୁର୍ନୀତି

ea76d480-a2f6-4246-b14c-8a9c1beef1ea
Share

ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତରେ ମନରେଗା ଯୋଜନାରେ ଶ୍ରମିକ ବଦଳରେ ଜେଶିବ ଓ ଟ୍ରାକ୍ଟର ରେ କାମ ହେଉଥିବା ବେଳେ ହାତ ବାନ୍ଧି ବସିଛନ୍ତି ଜବକାର୍ଡ ଧାରୀ।ପଞ୍ଚାୟତ ସ୍ତରରେ ଶ୍ରମିକଙ୍କୁ ବର୍ଷକୁ ଶହେ ଦିନର କାମ ଯୋଗାଇଦେବାକୁ ନିୟମ ରହିଥିବା ବି ଅକରୁଆ ପଞ୍ଚାୟତ ରେ ଖୋଲାଖୋଲି ମେସିନ ଦ୍ଵାରା କାମ କରାଯାଉଛି।ମନରେଗା ଯୋଜନାରେ କାର୍ଯ୍ୟର ନାମ – ନିତ୍ୟାନନ୍ଦ ନାୟକ ବନ୍ଧ ଠାରୁ ଅକରୁଆ ଅର୍ଜୁନ ଖଟୁଆ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ଜେସିବି ଓ ଟ୍ରାକ୍ଟର କାର୍ଯ୍ୟ କରୁଥିବା ବେଳେ ସେଥିରେ ୬୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ଜବକାର୍ଡ ଧାରୀ ଓ ପେନସନ ଧାରୀ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଯାଇ ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଉଥିବା ଅଭିଯୋଗ କରିଛନ୍ତି କୈଳାଶ ଚନ୍ଦ୍ର ଜେନା ଙ୍କ ସମେତ କିଛି ଗ୍ରାମବାସୀ।କେନ୍ଦୁଝର ଜିଲ୍ଲାପାଳ,ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କେନ୍ଦୁଝର,ଉପ ଜିଲ୍ଲାପାଳ ଆନନ୍ଦପୁର,ବିଡ଼ିଓ ହାଟଡିହି ଙ୍କ ନିକଟରେ ଏନେଇ ଲୋକେ ଲିଖିତ ଅଭିଯୋଗ କରିଛନ୍ତି।ବାଟବଣା ହେଉଛି ସରକାରୀ ଯୋଜନା।ଅସାଧୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ରେ ବଳି ପଡୁଛି ଶ୍ରମିକ।ଉକ୍ତ ଘଟଣା ରେ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହ ରୁ)