ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ…

କୋଲନରା( ସଞ୍ଜୀବ କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ପ୍ରଶାସନ ପକ୍ଷରୁ ସଦର ସ୍ଥିତ ମିନି ଷ୍ଟାଡିୟମ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ାରୁ ବିଜେପି ନେତା ତଥା ଏସ ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳିରାମ ମାଝୀ,କୋଲନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହଳଧର ହିମିରିକା,ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ସଭ୍ୟା,ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ।ବିଡ଼ିଓ ରୀନା ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର,ସେକ୍ସନ ଅଫିସର ଅରୁଣ କୁମାର ପାଢୀ,ବି ଏଫ ଓ ଗଣେଶ୍ୱର ଭଟ୍ଟ,ଜିପିଡିଓ ପ୍ରଶାନ୍ତ କୁମାର ପାଢୀ,ଏମ ଆଇ ଅନୀଲ କୁମାର ଗମାଙ୍ଗ,ବି ଏସ ଏସ ଓ ପ୍ରଭାତ କୁମାର ଶବର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ପୂର୍ବାହ୍ନ ସାଢେ଼ଏଗାରଟା ରେ ବିହାର ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ପୁରୀ ର ତାଳବଣିଆ ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ସାଂସଦ ମାନଙ୍କ ଅଭିଭାଷଣର ସିଧା ପ୍ରସାରଣ ସମସ୍ତେ ଦେଖିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କୁଲିସିକା ଉପସ୍ଥିତ ୨୦ ଜଣ ହିତାଧିକାରୀ ଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରିଥିଲେ।ଏହା ସହିତ ଏହି ଦିନ ଠାରୁ ପି ପି ଏମ ଏସ ସିଷ୍ଟମ ର ଶୁଭାରମ୍ଭ କରାଯାଇଥିଲା। ଏହି ସିଷ୍ଟମରେ ଏଣିକି ପଞ୍ଚାୟତ ମାନଙ୍କରେ କାର୍ଯ୍ୟ ହେବାକୁ ଯାଉଥିବା ବେଳେ ଯେଉଁ ପଞ୍ଚାୟତ ସବୁ ଠାରୁ ଉତ୍ତମ କାର୍ଯ୍ୟ ସମ୍ପାଦନା କରିବେ ସେହି ପଞ୍ଚାୟତ କୁ ପୁରସ୍କୃତ କରିବାର ବ୍ୟବସ୍ଥା ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ଅଭିଭାଷଣରେ କହିଥିଲେ।