ପୋଡ଼ାଶୂଳ ଅଞ୍ଚଳରେ ସିରିଜ ଚୋରି,

ନୀଳଗିରି ( ଦେବାଶିଷ ଦାଶ )
ନୀଳଗିରି ଥାନା ଅଧିନ ପୋଡ଼ାଶୂଳ ଅଞ୍ଚଳ ରେ ଶନି ଓ କାଳି ମନ୍ଦିର ରୁ ସିରିଜ୍ ଚୋରି,
ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟ୍, ଅଭିଯୋଗ ପରେ ପୁଲିସ ର ଛାନ୍ ଭିନ୍।
ସୂଚନା ଯୋଗ୍ୟ କି ରବିବାର ବିଳମ୍ବିତ ରାତିରେ ପୋଡ଼ାଶୂଳ ବଜାର ରେ ଥିବା ମା ଶ୍ୟାମାକାଳି ଙ୍କ ମନ୍ଦୀର ରୁ ତାଲା ତାଲା ଭାଙ୍ଗି ମା ଙ୍କ ସୁନା ଅଳଙ୍କାର ଲୁଟ୍ କରି ଦୁର୍ବୃତ୍ତ ମାନେ
ପୁଣି ଚତରସାହିରେ ଥିବା ଶନି ମନ୍ଦୀରରେ ତାଲା ଭାଙ୍ଗି ହୁଣ୍ଡି ବାକ୍ସ ରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି, ଥାନାରେ ଅଭିଯୋଗ ପରେ ନୀଳଗିରି ପୁଲିସ ଘଟଣା ସ୍ଥଳକୁ ଯାଇ ଛାନ୍ ଭିନ୍ଆରମ୍ଭ କରିଛି, ତେବେ ନୀଳଗିରି ଉପଖଣ୍ଡ ଅଞ୍ଚଳ ରେ ବାରମ୍ବାର ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଦୁର୍ବୃତ୍ତ ମାନେ ଲୁଟ୍ କରୁଥିବାବେଳେ ନୀଳଗିରି ପୁଲିସ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି,