ପିପୁଲ୍ସ କଲେଜରେ କ୍ଯାରିୟର କାଉନସିଲିଂ ଏବଂ କମ୍ପ୍ୟୁଟର ଆଓ୍ବାରନେସ୍ କାର୍ଯ୍ୟକ୍ରମ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜରେ କ୍ଯାରିୟର କାଉନସିଲିଂ ଏବଂ କମ୍ପ୍ୟୁଟର ଆଓ୍ବାରନେସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ସଭାଗୃହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଉଦଘାଟନ କରିଥିବା ବେଳେ ଏଥିରେ କ୍ଯାରିୟର କାଉନସିଲିଂ କୋଅର୍ଡିନେଟର ଅଧ୍ଯାପକ ଆତ୍ମପ୍ରକାଶ ନାୟକ ଓ କୋ-କୋଅର୍ଡିନେଟର ଅଧ୍ଯାପକ ଚୌଧୁରୀଙ୍କ ସମେତ ଅଧ୍ଯାପକ ଜୟରାମ ବିଷୋୟୀ, ପ୍ରଦୀପ କୁମାର ଦାଶ, ହିମାଂଶୁ ଶେଖର ରଥ, ଦିଲ୍ଲୀପ ସାହୁ, ଶଙ୍କର ପରିଡା ଓ ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ +୩ର ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ।
ଏଥିରେ ସାଧନ କର୍ମୀ ଭାବେ ଛତ୍ରପୁରସ୍ଥ ଓକେସିଏଲ୍ ସଂଯୋଜିକା ରେଖା ମହାନ୍ତି ଏବଂ ସ୍ଥାନୀୟ ଶ୍ରେୟାମ୍ କମ୍ପୁଟର ଏଡୁକେସନ କୋଅର୍ଡିନେଟର ଲକ୍ଷ୍ମୀ ସ୍ବାଇଁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କାର୍ଯ୍ଯନିର୍ବାହର ସଠିକ୍ ପନ୍ଥା ଗ୍ରହଣ ନିମନ୍ତେ ଆବଶ୍ୟକୀୟ ସୁପରାମର୍ଶ ପ୍ରଦାନ କରିଥିଲେ। ଏଥି ସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ସକାଶେ କମ୍ପ୍ଯୁଟର ସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ସଚେତନ କରିଥିଲେ। ଏ ଅବସରରେ କଲେଜ ପରିସରରେ ନଲେଜ୍ ସେଣ୍ଟର ଖୋଲିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।