May 10, 2026

ଶିଆଳିଯୋଡା ହାଇସ୍କୁଲର ଆଦର୍ଶ ଇଂରାଜୀ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

IMG-20250328-WA0048
Share

 

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ରାଇଡିହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଆଳିଯୋଡା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଧନା। ଯୁଧିଷ୍ଠିର ମହାନ୍ତ ଶିଆଳିଯୋଡ଼ା ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟରତ ଆରମ୍ଭ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଧାନ ଶିକ୍ଷକ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେ ଜଣେ ଆଦର୍ଶ ଇଂରାଜୀ ଶିକ୍ଷକ ଥିଲେ ସେ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କଲେ । ତାଙ୍କରି ଉପାସନାରେ ସ୍କୁଲରେ ଆଜି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିଶିର କୁମାର ପ୍ରଧାନଙ୍କ ସଭାପତିତ୍ୱ ଏକ ବିଦାୟ କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଞ୍ଜୟ ବସନ୍ତ ଚକ୍ର ଯୋଗଦେଇଥିଲେ ,ମୁଖ୍ୟବକ୍ତା ଭାବେ ଭିକାରୀ ଚରଣ ସାହୁ, ସମ୍ମାନିତ ଅତିଥି ରଘୁନାଥ ବେହେରା, ପ୍ରଶାନ୍ତ କୁମାର ମିଶ୍ର, ଲକ୍ଷ୍ମୀନାରାୟଣ ମହାନ୍ତ ପ୍ରମୁଖ ଶିକ୍ଷକ ଯୋଗଦାନ କରିଥିଲେ ଶେଷରେ ବିଦ୍ୟାଳୟର ପ୍ରଧାନ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଚାକିରୀ ଜୀବନର ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ଅଭିଭାବକ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସି ସମର୍ଦ୍ଧନା ସଭାରେ ସାମିଲ ହୋଇଥିଲେ l