March 29, 2025

ଉପାନ୍ତ ଖବର ର ମହା ପ୍ରଭାବ ମଦ ନିଗମର ଠିକା ଶ୍ରମିକଙ୍କ ଦୁଃଖର କଥା

Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ନିକଟ ତରତୁଆ ରେ ଥିବା ମତ ନିଗମର ଅଶାନ୍ତି. ଶ୍ରମିକଙ୍କ ଦୁର୍ଦ୍ଦଶା ର କଥା ଉପାନ୍ତ ଖବର ରେ ପ୍ରକାଶ ପାଇବା ପରେ ଲେବର ଅଫିସର ଲେବର ମାନଙ୍କ ଅସୁବିଧାର ସମାଧାନ ପାଇଁ ଶ୍ରମିକ , ମଦନିଗମ( ଓ.ଏସ.ବି.ସି) ର ବି.ଏମ ବିମ୍ବାଧର ସେଠୀ, କଣ୍ଟ୍ରାକ୍ଟର ଙ୍କୁ ଚିଠି କରି ଡକାଇ ଥିଲେ। ଲେବର ଅଫିସରଙ୍କ ଚିଠିକୁ ସମ୍ମାନ ଜଣାଇ ସମସ୍ତେ ଲେବର ଅଫିସ କୁ ଆସିଥିଲେ ମଧ୍ୟ ସମାଧାନର ବାଟ ଫିଟି ପାରି ନାହିଁ। ଲେବରଙ୍କ କହିବା କଥା ଆମେ ( ଓ.ଏସ୍.ବି.ସି .ଭୂବନେଶ୍ୱର ଏମ଼.ଡି ଙ୍କୁ ଆମ ଅସୁବିଧା ବିଷୟରେ ଜଣାଇଛୁ, ସେ ଆମକୁ ଏପ୍ରିଲ ଦୁଇ ନଚେତ୍ ଏପ୍ରିଲ ପ୍ରଥମ ସପ୍ତାହରେ ଆମ କଥା ବୁଝିବେ ବୋଲି କହିଛନ୍ତି |ସେ ପର୍ଯ୍ୟନ୍ତ ଆମେ କାମ କରିବୁ ନାହିଁ। ଏପରି କଥା ଲେବର ଅଫିସର ଶୁଣିବା ପରେ କହିଲେ ନିଗମର ମୁଖ୍ୟ ଙ୍କୁ ତୁମେ ମାନେ ଯଦି ଜଣାଇଛ ସମାଧାନ କରିବା ପାଇଁ ତେବେ ତାଙ୍କ ସମୟକୁ ଅପେକ୍ଷା କରିବା ଠିକ୍ ହେବ । ଯାହା ନିଷ୍ପତି ହେବ ମତେ ଜଣାଇବ।

ଏବେ ଏମ.ଡି.ଙ୍କ ନିଷ୍ପତି କୁ ଚାହିଁ ବସିଛନ୍ତି ଶ୍ରମିକ।