ଗଜପତିରୁ ବେଆଇନ ଗ୍ରାନାଇଟ୍ ଚୋରା ଚାଲାଣ ବେଳେ ଟିପ୍ପର ଜବତ, ୧ ଲକ୍ଷ ୬ ହଜାର ଜରିମାନା

ପାରଳାଖେମୁଣ୍ଡି:୨୫/୩(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାରୁ ବେଆଇନ ଭାବେ ଗ୍ରାନାଇଟ୍ ଚାଲାଣ କରୁଥିବା ଏକ ଟିପ୍ପରକୁ ଖଣି ବିଭାଗ ତରଫରୁ ୧ଲକ୍ଷ ୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଜିଲ୍ଲା ଖଣି ଅଧୂକାରୀ ଦୀପେନ୍ ପରିଡା ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଗୋଷାଣି ବ୍ଲକ ଅନ୍ତର୍ଗତ ଏମଏସ୍ପୁର ଗ୍ରାମ ନିକଟରେ ଥିବା ଏକ ପାହାଡରୁ ଏପି ୩୧ ଟିଏ ୦୦୫୯ ନମ୍ବର ବିଶିଷ୍ଟ ଏସଭିଡିଏଲ୍ଏସ୍ ସଂସ୍ଥାର ଟିପ୍ପର ବେଆଇନ ଭାବେ ବଡ ବଡଗ୍ରାନାଇଟ ପଥର ଚାଲାଣ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଖଣି ଅଧିକାରୀ ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ଯାଜପୁର ଗ୍ରାମ ନିକଟରେ ଟିପ୍ପରଟିକୁ ଅଟକାଇ ଯାଞ୍ଚ କରିଥିଲେ। ଟିପ୍ପର ନିକଟରେ ଗ୍ରାନାଇଟ୍ ପଥର ଚାଲାଣ ନିମନ୍ତେ କୌଣସି କାଗଜପତ୍ର ନଥିଲା । ତୁରନ୍ତ ଉକ୍ତ ଟିପ୍ପରଟିକୁ ଜବତ କରି ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜିମା ଦେବା ସହ ୧ ଲକ୍ଷ ୬ ହଜାର ଟଙ୍କା ଜୋରିମାନା ଭରିବା ପାଇ ପାଇଁ ନିର୍ଦ୍ଦେଶ ଦେଇଥିଲେ.