ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରିଗୁଡା ରେ ଅଲମ୍ପିକ ମୂଲ୍ୟବୋଧ ଆଧାରିତ ଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଉମରକୋଟ (ଏମ୍.ଦିନା°ଶୁ ଆଚାରୀ):-ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଲମ୍ପିକ ମୂଲ୍ୟବୋଧ ଆଧାରିତ ଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଅଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅଙ୍କିତା ବେହେରା ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଉମରକୋଟ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କୁ ଅଲମ୍ପିକ କ୍ରୀଡାପ୍ରତି ପ୍ରସ୍ତୁତି ରଖିବାକୁ ଆହ୍ୱାନ ଦେଇଥିଲେ। ମୁକ୍ଷବକ୍ତା ଶ୍ରୀ ପୁରୁଷୋତ୍ତମ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପିଲାମାନଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ସନ୍ତୋଷ କୁମାର ସାହୁ,ସି.ଆର.ସି.ସି, ବାମନଦେଇଭଟ୍ଟା ଓ ଶ୍ରୀ ମଧୁସୂଦନ ଜେନା, ସି.ଆର.ସି.ସି, ଜିରାଗୁଡା ପିଲାମାନଙ୍କୁ ପାଠପଢା ସହ ଅଲମ୍ପିକ କ୍ରୀଡା ପ୍ରତି ସ୍ୱତନ୍ତ୍ର ପ୍ରସ୍ତୁତି ରଖିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଶ୍ରୀ ଉର୍ଦ୍ଧବ ନାୟକ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଅବସ୍ଥାରୁ ଅଲମ୍ପିକ କ୍ରୀଡା ପାଇଁ ପ୍ରସ୍ତୁତି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ। ସଭାପତି ଶ୍ରୀ ଦାସ ଅଲମ୍ପିକ କ୍ରୀଡାର ଇତିହାସ ଓ ଆହ୍ୱାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ପରେଶ କୁମାର ମହାପାତ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।