March 31, 2025

ନବରଙ୍ଗପୁର ଜିଲ୍ଲା ରେ ରାଜ୍ୟ ସ୍ତରୀୟ ତ୍ରିଦିବସୀୟ ଜେ ଆର ସି ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ ଘାଟିତ………

Share

ନବରଙ୍ଗପୁର:-(ଏମ୍.ଦିନ°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର ରେଡକ୍ରସ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଛତ୍ରପତି ସାହୁଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଜୁନିଅର ରେଡକ୍ରସ୍ ଓ ଜିଲ୍ଲା ଜୁନିଅର ରେଡକ୍ରସ୍ ର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲା ରେ ଏକ ତ୍ରିଦିବସୀୟ ଜେ ଆର ସି ପରାମର୍ଶଦାତା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ। ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଛତ୍ରପତି ସାହୁ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମ ଲାଲ୍ ନାୟକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଭାତ ପଟ୍ଟନାୟକ ଡ଼ଃ ଅଜିତ୍ କୁମାର ଦାସ ଚିକିତ୍ସା ଅଧିକାରୀ ଧୋଡ୍ରା ,ବୈଷୟିକ ପରାମର୍ଶ ଦାତା ଆଦି ଉପସ୍ଥିତ ଥିଲେ।। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଯୋଗଦେଇ ଥିଲେ।ସେ ରେଡକ୍ରସ୍ ରେ ନିଜକୁ ଉଦ୍ ବୁଦ୍ଧ କରିବାକୁ ଆହ୍ଵାନ କରିଥିଲେ।ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ତ୍ରିପାଠୀ ସଭାପତିତ୍ବ କରିଥିଲେ। ଜୁନିଅର ରେଡକ୍ରସ୍ ଅଫିସର୍ ଶ୍ରୀମତୀ ପ୍ରକାଶିନୀ ଚୋୖଧୁରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧନ କର୍ମୀ ଭାବରେ ଅବସର ପ୍ରାପ୍ତ ପ୍ରାକ୍ତନ ଜୁନିଅର ରେଡକ୍ରସ୍ ଅଫିସର୍ ଶ୍ରୀ କେଦାରେଶ୍ୱର ପଟ୍ଟନାୟକ, ଶ୍ରୀମତୀ ପ୍ରଭାସିନୀ ମହାନ୍ତି କାଉନସିଲର ଶ୍ରୀ ନଳିନୀକାନ୍ତ ପାତ୍ର,କାଉନସିଲର ଶ୍ରୀ ଇନ୍ଦ୍ର ମାଳୀ ଓ କାଉନସିଲର ଶ୍ରୀ ସଚିନ୍ ସଦ୍ ଗୋପନ ସାହୁ ଉପସ୍ଥିତ ଥିଲେ।ବିଦ୍ୟାଳୟର ଶିକ୍ଷକ ଶ୍ରୀ ବଂଶୀଧର ଭୂୟାଁ ପୂର୍ଣ୍ଣ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୋଟ ୬୦ ଜଣ କାଉନସିଲର ଯୋଗ ଦେଇଥିଲେ। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ତିନି ଦି ଦିନରେ କାଉନସିଲର ମାନଙ୍କୁ ରେଡକ୍ରସ୍ ଇତିହାସ, ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା,ସଡ଼କ ସୁରକ୍ଷା ଓ ଏଚ୍ ଆଇ ଭି ଏଡସ୍ ପ୍ରାଥମିକ ଚିକିତ୍ସା ବିଷୟରେ କିଛି ତାଲିମ୍ ଦିଆ ଯିବାର ବ୍ୟବସ୍ଥା ଅଛି।ଆଜି ପ୍ରଥମ ଦିବସ ରେ ରେଡକ୍ରସ୍ ଇତିହାସ, ବିଦ୍ୟାଳୟ ରେ ରେଡକ୍ରସ୍ କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନା ଏବଂ ରକ୍ତ ଦାନ ବିଷୟ ରେ ଶିକ୍ଷା ଦିଆଯାଇଥିଲା।