November 15, 2024
Share

*ଖବର ଆଜିର*
*ତାରିଖ ୨୫/୦୩/୨୩, ଶନିବାର*

*୧-Earth Hour: ୧ ଘଣ୍ଟା ଆମ ପୃଥିବୀ ମା’ପାଇଁ, ଆଜି ରାତ୍ରି ୮ଟା୩୦ରୁ ୯ଟା୩୦ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ସୁଇଚ୍ ଅଫ୍ ରଖିବାକୁ ଅନୁରୋଧ।*

*୨-ଆକାଶରେ ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ତଳେ ନଜର ଆସିଲେ ଶୁକ୍ର ଗ୍ରହ।*

*୩-ପ୍ରଫେସର ଦତ୍ତେଶ୍ବର ହୋତା ହେଲେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି।*

*୪-ପ୍ରଫେସର ଅମୀୟ କୁମାର ରଥ ବିପିୟୁଟି ନୂଆ କୁଳପତି ନିଯୁକ୍ତ।*

*୫-ଅଦଳବଦଳ ହେଲେ ବରିଷ୍ଠ IAS, ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।*

*୬-ପୁରୀ:ଶ୍ରୀଜୀଉଙ୍କ ନିଦ୍ରାରେ ହେବନି ବ୍ଯାଘାତ! ମୂଷାଙ୍କୁ ବାଟବଣା କରିବ ବଣା ଗୁଡ ମାଠିଆ।*

*୭-ପୁଣି ଆସୁଛି ପଶ୍ଚିମା ଝଡ଼: ପ୍ରଭାବରେ ୨୬ରୁ ୬ଟି ଜିଲ୍ଲାରେ ବର୍ଷା, ୨୭ରୁ ଉପକୂଳର ୧୧ ଜିଲ୍ଲା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବଢ଼ିପାରେ ବର୍ଷା।*

*୮-ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳ ଭାବେ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ମାନ୍ୟତା।*

*୯-ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜନେସ୍‌ ଟାଇକୁନଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ।*

*୧୦-ସମ୍ବଲପୁର:ଅସଲି ବୋତଲରେ ନକଲି ମଦ, ମୁଖ୍ୟ ଅଭିଯୁକ୍ତ ଫେରାର, ସହଯୋଗୀ ଗିରଫ।*

*୧୧-ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।*

*୧୨-ଶିଖରଚଣ୍ଡୀ ପାହାଡ଼ରେ ହାତୀ ଆତଙ୍କ: ରାତିରୁ ଭୋର ଯାଏଁ କଲେ ଉପଦ୍ରବ, ଲୋକେ ଭୟଭୀତ।*

*୧୩-କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି ଘଟି ପହଞ୍ଚିଲା ୪୨%ରେ।*

*୧୪-ମହିଳା ପ୍ରିମିୟର ଲିଗ୍:ୟୁପି ବିଦା, ଦିଲ୍ଲୀ – ମୁମ୍ବାଇ ମଧ୍ୟରେ ହେବ ଫାଇନାଲ।*

*୧୫-ବିହାରର ଘଟଣା:୧୯ ବର୍ଷ ଏବଂ ୨୧ ବର୍ଷ ବୟସରେ ଦୁଇ ଜଣ ସୋନପୁର ଅଞ୍ଚଳରେ କରିଥିଲେ ଚୋରି । ଏବେ ୬୮ ଏବଂ ୭୦ ବର୍ଷ ବୟସରେ ହେଲେ ଗିରଫ।*

*୧୬-ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ,ସାଂସଦ ପଦ ରଦ୍ଦ ନେଇ ଲୋକସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।*

*୧୭-ମାନହାନୀ ମାମଲାରେ ରାହୁଲ ସାଂସଦ ପଦରୁ ଅଯୋଗ୍ୟ । ଦେଶବ୍ୟାପୀ କଂଗ୍ରେସ କରିବ ପ୍ରତିବାଦ । ରାହୁଲ କହିଲେ, ଦେଶର ସ୍ୱର ସାଜିବା ପାଇଁ ଜାରି ରହିବ ଲଢ଼େଇ।*

*୧୮-ରାଜସ୍ଥାନ:ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ !*

*୧୯-କ୍ରମାଗତ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ବଜେଟ ଅଧିବେଶନ, ମାର୍ଚ୍ଚ ୨୭ ଯାଏ ଲୋକସଭା ମୁଲତବି କଲେ ବାଚସ୍ପତି।*

*୨୦-ଟ୍ୱିଟର :ଜଲ୍‌ଦି ଟଙ୍କା ଦିଅ, ନହେଲେ ଏପ୍ରିଲ୍‌ରୁ ଆକାଉଣ୍ଟରୁ କଟିଯିବ ବ୍ଲୁ ଟିକ୍‌।*

. *🙏 ସୁପ୍ରଭାତ 🙏*