ପାର୍ସଲ ଆଣିବାକୁ ନେଇ ଘରୋଇ ବସ ଡ୍ରାଇଭଙ୍କୁ ଆକ୍ରମଣ
ବୁଗୁଡ଼ା :ତା ୨୫/୦୧/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ବଳିଆ ପଣ୍ଡା ନାମକ ଏକ ଘରୋଇ ବସ ଡ୍ରାଇଭର ନିରଞ୍ଜନ ଗୌତ(୪୩)ଙ୍କୁ ଆକ୍ରମଣ ହୋଇଛି l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିବା ଜଣାଯାଡିଛି l ଆଜି ବସଟି ନୟାଗତରୁ ବ୍ରହ୍ମପୁର ଆସୁଥିବା ବେଳେ ଅପରାହ୍ନ ସାଢେ ତିନିଟା ସମୟରେ କରଚୁଲି ଗୁଡିସାହି ଛକରେ ସେହି ଗ୍ରାମର ଅନୀଳ ରାଉତ ଓ ତାଙ୍କର ସାଥିରେ ଥିବା ପ୍ରାୟ ୪ ଜଣ ଯୁବକ ଉକ୍ତ ଗାଡିକୁ ଅଟକାଇ ଡ୍ରାଇଭରଙ୍କୁ ଗାଳି ଗୁଲଜ କରିବା ସହ ଗାଡିରୁ ଟାଣିଆଣି ସାର୍ଟଚିରି ମାଡ ମାରିଥିଲେ । ସେମାନେ ନିରଞ୍ଜନଙ୍କ ମୁଣ୍ଡକୁ ପଥରରେ ପ୍ରହାର କରିବାରୁ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହି ସମୟରେ ସେମାନେ ତାଙ୍କ ପକେଟରୁ ଦୁଇ ହଜାର ଟଙ୍କା ଛଡାଇ ନେଇଥିବା ସେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।
