March 10, 2026

ବୁଗୁଡ଼ାରେ ଗୁଟଖାର କଳାବଜାରୀ , ଅସାଧୁ ବ୍ଯବସାୟୀ ମାଲାମାଲ୍, ଜରୁରୀ ପଦକ୍ଷେପ ଦାବି 

IMG-20260125-WA0083
Share

 

ବୁଗୁଡା :ତା ୨୫/୦୧/୨୬ : ସର୍ବୋଚ୍ଚ ନ୍ଯାୟାଳୟର ନିର୍ଦ୍ଦେଶ ସହିତ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକା ପ୍ରକାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ଗୁଟକା ବିକ୍ରି ଓ ଉତ୍ପାଦନ ନିଷେଧ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଏବେ ବୁଗୁଡ଼ାରେ ଗୁଟୁଖାର କଳାବଜାରୀ ଆରମ୍ଭ ହୋଇଯାଇଛି । ବଜାରରେ ହଠାତ ସବୁ ଦୋକାନରେ ଗୁଟଖା ଦେଖିବାକୁ ମିଳୁନଥ‌ିବା ବେଳେ ଦର ଆକାଶ ଛୁଆଁ ହୋଇଯାଇଛି । କିଛି ନାମକରା ପାଇକାରୀ ବ୍ୟବସାୟୀ ପ୍ରଚୁର ପରିମାଣର ଗୁଟଖା ଗଚ୍ଛିତ କରି ରଖିଥ‌ିବା ନେଇ ସହରରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ କେତେକ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ଗୁଟଖା ଓ ପାନ ମସଲାକୁ ୩ ଗୁଣ ଦରରେ ବିକ୍ରି ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ଗୁଟୁଖା ପ୍ୟାକେଟ ସହ ମାଗଣାରେ ଦିଆଯାଉଥିବା ଜର୍ଦା ପ୍ୟାକେଟ ଏବେ ୫ ଟଙ୍କାରେ ବିକୁଛନ୍ତି। କିଛି ନାମୀଦାମୀ କମ୍ପାନୀର ଗୁଟଖାକୁ ୫ ଟଙ୍କା ବଦଳରେ ୧୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେଏହି ପ୍ୟାକେଟ ସହ ଆସୁଥ‌ିବା ଜର୍ଦାକୁ ମାଗଣାରେ ଦେବା ବଦଳରେ ୫ ଟଙ୍କାରେ ବିକ୍ରି କରୁଛନ୍ତି । ଅର୍ଥାତ ପୂର୍ବରୁ ଯେଉଁ ଗୁଟଖା ଓ ଜର୍ଦା ମିଶି ୫ ଟଙ୍କାରେ ବିକ୍ରି କରୁଥିଲେ ବର୍ତ୍ତମାନ ତାହାକୁ ୧୫ ଟଙ୍କାରେ ବିକ୍ରି କରୁଛନ୍ତି । ଆଉ କିଛି ଦୋକାନୀ ମୂଳରୁ ଗୁଟଖା ଓ ମାମସଲା ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ସରକାରଙ୍କ ଏହି ନୂଆଁ ନିର୍ଦେଶନାମା ପରେ ଏଥିରେ ଅଭ୍ଯସ୍ତ ଥିବା ଲୋକେ ଆର୍ଥିକ ଶୋଷଣର ଶିକାର ହେଉଥ‌ିବା ବେଳେ କିଛି ବ୍ୟବସାୟୀ କଳାବଜାରୀ କରି ମାଲାମାଲ ହେଉଥିବା କୁହାଯାଉଛି । ଅସାଧୁ ବ୍ୟବସାୟୀଙ୍କ ଏହି କଳାବଜାରୀ ରୋକିବା ଦିଗରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।