ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ପ୍ରଦାନ କଲେ ଏସ ଗୀତାଞ୍ଜଳି

ବାଲେଶ୍ୱର(ଶେଖ୍ ନଜିମ୍): ପରିଖି ପଞ୍ଚାୟତ ଅନ୍ତର୍ଗତ ପନ୍ତା ସ୍ଥିତ ଅହେଲେ ସୁନ୍ନତ୍ ଗରିବ ନୱାଜ୍ ମଦ୍ରାସାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨ଟି କମ୍ପ୍ୟୁଟର ଯୋଗାଇଲା ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ୍। ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ଉକ୍ତ ମଦ୍ରାସାରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ଅଧ୍ୟକ୍ଷା ଏସ ଗୀତାଞ୍ଜଳି ଯୋଗଦେଇ କମ୍ପ୍ୟୁଟର ପ୍ରଦାନ କରିବା ସହ ଉଦବୋଧନ ଦେଇ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ସହ ଆଧୁନିକ ଯୁଗରେ କେବଳ ପାଠ ନୁହେଁ ବରଂ ପାଠ ସହ କମ୍ପ୍ୟୁଟର ଶିକ୍ଷା ନିହାତି ଦରକାର ବୋଲି ସେ କହିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ପାଠ ପଢ଼ି ଜଣେ ଜଣେ ଭଲ ମଣିଷ ହେବା ପାଇଁ ସେ ଆହ୍ବାନ ଦେଇଥିଲେ । ପିସ୍ ଫାଉଣ୍ଡେସନର ସଂପାଦିକା ଏସ. ଲକ୍ଷ୍ମୀ, ଶିକ୍ଷକ ଅବଦୁଲ ଦୟାନ , କମିଟିର ସଭାପତି, ସଂପାଦକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ହାସାନ ରାଜା ଖାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ପ୍ରମୁଖ ଫାଉଣ୍ଡେସନ ର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।