May 11, 2026

ଉମରକୋଟ ଠାରେ ମନ୍ତ୍ରୀ ଙ୍କ ଦ୍ଵାରା ଭୂମୀ ପୂଜନ ଓ ଅଙ୍ଗନବାଡି ଗୃହ ଉଦଘାଟନ……….

IMG-20250125-WA0027
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଗଣ ଶିକ୍ଷ୍ୟା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ରେ ଅଧୀନ ଭାଲୁଗୁଡା ଠାରେ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟ ସ୍ଥଳୀର ଭୂମି ପୂଜନ, ୟୁ ଭି ୪ ଦର୍ଗାଗୁଡା ଓ ଦର୍ଗାଗୁଡା ଆଦିବାସୀ ଠାରେ ଦୁଇଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଆଶ୍ରୟ ସ୍ଥଳୀ ପାଇଁ ସରକାର ଙ୍କ ପକ୍ଷରୁ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସହରାଞ୍ଚଳ ର ଅନେକ ବାସହୀନ ଏଣେ ତେଣେ ବୁଲିବା ସହ ରାସ୍ତା କଡରେ ଥିବା ଦୋକାନ ବାରଣ୍ଡାରେ ବା ରାସ୍ତା କଡ଼ରେ ବିଶ୍ରାମ ନେଉଥିଲେ ଏବଂ ବର୍ଷା ଶୀତ ଦିନରେ ଅନେକ ଅସୁବିଧା ଭୋଗୁଥିଲେ ଆଗାମୀ ଦିନରେ ଏହି ଆଶ୍ରୟ ସ୍ଥଳୀରେ ଯାଇ ରହି ପାରିବେ।ଏହି ଆଶ୍ରୟ ସ୍ଥଳୀ ହେବା ପରେ ଅନେକ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ଦର୍ଗ।ଗୁଡା ଠାରେ ପାଠ ପଢ଼ାରେ ଅନେକ ଅସୁବିଧା ହେଉଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଭାଜପା ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଅଶୋକ ପାଢ଼ୀ, କାଉନସିଲର ତପନ ଦେବନାଥ,ମୁନା ପାଢ଼ୀ ,ମନୋଜ ନାୟକ, ଚିତ୍ତ ରଞ୍ଜନ ପାତ୍ର, ନେତ୍ର ହରିଜନ,ନିର୍ବାହୀ ଅଧିକାରୀ ବନମାଳି ଶତପଥୀ,ରାମ ନାୟକ, ସତ୍ୟ ବେହେରା,ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ରହିବା ଅନେକ ଭାଜପା କର୍ମୀ ଉପସ୍ଥିତ ରହିଥିଲେ।