ଛତ୍ରପୁର ବିଧାୟକଙ୍କ ଲୋକପ୍ରିୟତାକୁ ସହ୍ୟ କରିପାରୁନାହାନ୍ତି କିଛି ସ୍ୱାର୍ଥବାଦୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ହାଇକମାଣ୍ଡଙ୍କୁ ନିବେଦନ
ଗଞ୍ଜାମ ସାନ ବଜାର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ଗଞ୍ଜାମ ବିଜେଡି ଏନଏସି ସଭାପତି ରାଙ୍କନାଥ ପଲେଇ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାଧାରଣ ନିବାଚନକୁ ଆଉ କେତେଟା ମାସ ବାକି ରହିଥିବା ବେଳେ କିଛି ସ୍ୱାର୍ଥପର ତଥା ବିଶୃଙ୍ଖଳକାରୀମାନେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଲୋକପ୍ରିୟତାକୁ ସହ୍ୟ କରିପାରୁନାହାନ୍ତି । ଶାନ୍ତଶିଷ୍ଟ ଭଦ୍ର ଭାବମୂର୍ତ୍ତି ବିଧାୟକ ଶ୍ରୀ ବେହେରା ଜିଲ୍ଲା ଓ ପୁଲିସ ପ୍ରଶାସନ ଏବଂ ଜନସାଧାରଣଙ୍କ ନିକଟରେ ଯେତେ ଲୋକପ୍ରିୟତା ହୋଇ ଆସୁଛନ୍ତି ସେତିକି ଛତ୍ରପୁର ନିର୍ବାଚନମଣ୍ଡଳୀର କିଛି ସ୍ୱାର୍ଥପର ବ୍ୟକ୍ତିଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇପଡିଛି । ଏହି ସ୍ୱାର୍ଥପର ବ୍ୟକ୍ତିଙ୍କ କଥାରେ ପରିଚାଳିତ ହେଉନଥିବାରୁ ସେମାନଙ୍କ ପାଇଁ ବିଧାୟକ ଶ୍ରୀ ବେହେରା କୁଆଡେ ବିରୋଧୀ ହୋଇଯାଇଛନ୍ତି । ଶ୍ରୀ ବେହେରା ଛତ୍ରପୁର ନିର୍ବାଚନମଣ୍ଡଳୀରେ ୨୦୧୯ ମସିହା ମଇ ମାସରୁ ବିଧାୟକ ହୋଇଛନ୍ତି । ଏହାମଧ୍ୟରେ ୫ ବର୍ଷ ବିତିବାକୁ ଗଲାଣି ତାଙ୍କରି ସମୟରେ ଛତ୍ରପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ବୋଲି କିଛି ନାହିଁ ଗାଁ ଗାଁରେ ଶାନ୍ତିଶୃଙ୍ଖଳା ବଜାୟ ରହିଛି । ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ପ୍ରତିଟି ସମୟରେ ରାଜନୀତିକୁ ନେଇ ଗାଁ ଗାଁରେ ହିଂସାରେ ଲାଗି ରହି ଆଗଧାଡିର ନେତାଙ୍କୁ ହତ୍ୟା କରାଯାଇଛି । କିନ୍ତୁ ବର୍ତ୍ତମାନର ବିଧାୟକ ହିଂସା ଏବଂ ବିଶୃଙ୍ଖଳା ଠାରୁ ଦୂରରେ ରହି ଶୃଙ୍ଖଳିତ ଭାବେ ସମସ୍ତ ପ୍ରକାର କାର୍ଯ୍ୟ କରିଆସୁଛନ୍ତି । ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନମଣ୍ଡଳୀରେ ସେ ଶୃଙ୍ଖଳିତ ଭାବେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବିଧାୟକ ଭାବେ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ନିମନ୍ତେ ସରକାରଙ୍କ ସମସ୍ତ ସୁବିଧା କିପରି ଉପଲବ୍ଧ ହୋଇପାରିବ ସେଥିପ୍ରତି ପ୍ରୟାସ ଜାରି ରଖିଛନ୍ତି । ଏଥିନିମନ୍ତେ ସମସ୍ତ କର୍ମୀ, ନେତୃବୃନ୍ଦ ଓ ଜନସାଧାରଣଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଛି । ଦଳର ସଂଗଠନ କିଛି ଅସୁବିଧା ନାହିଁ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମୁହିକ ଦୃଷ୍ଟିରୁ ଦଳର ସ୍ଥିତି ଆହୁରି ମଜବୁତ ହୋଇପାରିଛି । ନିର୍ବାଚନମଣ୍ଡଳୀରେ ଅନେକ ବିକାଶ ଏବଂ ବଡ ବଡ ପ୍ରକଳ୍ପ ହୋଇପାରିଛି । ଯାହା ନିର୍ବାଚନମଣ୍ଡଳୀର କିଛି ବିଶୃଙ୍ଖଳିତ ବ୍ୟକ୍ତିଙ୍କ ସ୍ୱାର୍ଥରେ ବାଧା ଦେଖାଦେଇଛି । ଯେଉଁମାନେ ଆଜି ବିଧାୟକଙ୍କୁ ବିରୋଧ କରୁଛନ୍ତି ସେମାନେ ପୂର୍ବରୁ ଥିବା ବିଧାୟକମାନଙ୍କୁ ପରିଚାଳିତ କରି ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ କ୍ଷମତାଶାଳୀ ଭାବୁଥିଲେ । କିନ୍ତୁ ବିଧାୟକ ଶ୍ରୀ ବେହେରାଙ୍କ ସମୟରେ ତାହା ହୋଇପାରିନି, ନିର୍ବାଚନମଣ୍ଡଳୀରେ ଛୋଟ କିମ୍ବା ବଡ କାର୍ଯ୍ୟକ୍ରମ ସେ ନିଜେ ହସ୍ତକ୍ଷେପ କରି କାହାକୁ କେଉଁ ଦାୟିତ୍ୱ ଦିଅନ୍ତି । ଫଳରେ ସ୍ୱାର୍ଥପର ଏବଂ ବିଶୃଙ୍ଖଳା ବ୍ୟକ୍ତିଙ୍କ ପାଇଁ ବିଧାୟକ ଶ୍ରୀ ବେହେରା ବିରୋଧୀ ହୋଇପଡିଛନ୍ତି । ଦଳର କର୍ମୀ ଓ ଜନସାଧାରଣ ସ୍ୱାର୍ଥପର ଲୋକଙ୍କୁ ସଠିକ୍ ଚିହ୍ନିଛନ୍ତି, ଏହି ଷଡଯନ୍ତ୍ରକାରୀଙ୍କୁ ଉଚିତ୍ ସମୟରେ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଦଳୀୟ ଛାପାରେ ଥିବା ଏହିପରି ସ୍ୱାର୍ଥପର ଓ ବିଶୃଙ୍ଖଳକାରୀ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳର ହାଇକମାଣ୍ଡଙ୍କୁ ନିବେଦନ କରାଯିବ ବୋଲି ବିଜୁ ଜନତା ଦଳର ପଦପଦବୀରେ ଥିବା ପଦାଧିକାରୀ ଓ ଆଗଧାଡିର ନେତାମାନେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି | ଏହି ସାମ୍ବାଦିକ ସମିଳନୀରେ ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଗଞ୍ଜାମ ଏନଏସି ସଭାପତି ସୁଧୀର ପାଢ଼ୀ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଶମ୍ଭୁନାଥ ସ୍ୱାଇଁ, କାଉନସିଲର ପୁରୁଷୋତ୍ତମ ସାହୁ, ପି. ଚନ୍ଦ୍ର ଶେଖର ରେଡ୍ଡୀ, ସୁଜାତା ମହାନ୍ତି, ସଂଯୁକ୍ତା ଦାସ, ମହାଲକ୍ଷ୍ମୀ ନାୟକ, ସବିତା ବେହେରା, ଛାତ୍ର ବିଜେଡି ସଭାପତି ରାକେଶ ରଞ୍ଜନ ଦାଶ, ଗଞ୍ଜାମ ଏନଏସି ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକ, ମନୋଜ ପ୍ରଧାନ, ପପି ଗୌଡ଼, ନିରଞ୍ଜନ ପରିଡା, ବିଭୁତି ପଲାଇ, ଟୁନି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ(ପ୍ରଦୀପ କୁମାର ପଣ୍ଡା)