ଗଜପତି ଜିଲ୍ଲାର କାଶୀନଗର ଠାରେ ନୂତନ ଭାବେ ନିର୍ମିତ ଜଗନ୍ନାଥ ମନ୍ଦିର ରେ ବିଜେ କଲେ ତିନି ଠାକୁର ଦର୍ଶନ କଲେ ସାଂସଦ ଓ ବିଧାୟକ…
ପାରଳାଖେମୁଣ୍ଡି:ଆଜି ଗଜପତି ଜିଲ୍ଲା ର ବହୁ ପୁରାତନ କାଶୀନଗର ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ରେ ବ୍ରହ୍ମପୁର ସାଂସଦଓ ବିଧାୟକ ଯୋଗ ଦେଇଥିଲେ |ସୂଚନା ମୁତାବକ ଆଜି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ଚତୁର୍ଥ ଦିନ ଥିଲା ଆଜି ନୂତନ ମନ୍ଦିର ର ପ୍ରତିଷ୍ଠା ସାରିବା ପରେ ଯଜ୍ଞ ବେଦୀ ରୁ ତିନି ଠାକୁର ଙ୍କୁ ରତ୍ନ ସିଂହାସନ ରେ ବିଭିନ୍ନ ସାଧୁ ସନ୍ଥ, ମହନ୍ତ ମାନଙ୍କ ଉପସ୍ଥିତି ରେ ବିଜେ କରାଯାଇଛି | ପୁଣି ଦଧି ନୌତି ନୀଳଚକ୍ର ସ୍ଥାପନ, ଅଷ୍ଟ୍ର ପ୍ରହରୀ ନାମ ଯଜ୍ଞ ଚାଲିଥିବା ବେଳେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ କେ. ନାରାୟଣ ରାଓ ପହଂଚି ଥିଲେ, ଠାକୁର ଦର୍ଶନ, ନାମ ଯଜ୍ଞ ରେ ନିଜ କୁ ଭକ୍ତି ଭାବ ରେ ସମସ୍ତ କୀର୍ତନ ମଣ୍ଡଳୀ ସହ ନାମ ସଂକୀର୍ତନ କରିଥିଲେ | ଏହା ପରେ ସେ ନିଜ ହାତ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ଅନୁଦାନ ଦେବେ ବୋଲି ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନ ର ଉତ୍ତର ଦେଇଥିଲେ, ବିଧାୟକ ମଧ୍ୟ ଉନ୍ନୟନ ପାଇଁ ପାଣ୍ଠି ଯୋଗାଇ ଦେବେ ବୋଲି କହିଥିଲେ |ସେ ଗ୍ରାମବାସୀ ଓ ମନ୍ଦିର କତୃପକ୍ଷ ଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ କି ଏଭଳି ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରି କାଶୀନଗର ବାସୀ ଧନ୍ୟ ହୋଇଗଲେ ବୋଲି କହିଥିଲେ ଆସନ୍ତା କାଲି ଅନନ୍ତ ମୁଖି ଭାଗବତ ପାରାୟଣ ଓ ନଗରୀ ହେବ ବୋଲି ମନ୍ଦିର ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ ମହାରାଜ କହିଛନ୍ତି | ଆବାହକ ମଣ୍ଡଳୀ ସଭାପତି ରମାକାନ୍ତ ପାତ୍ର ଓ ମଣ୍ଟୁ ପାତ୍ର ଆନନ୍ଦ ପାତ୍ର, ରାଧାନାଥ ଚୌଧୁରୀ, ଜଗା ପାତ୍ର, ପ୍ରକାଶ ପାତ୍ର, ନଳିନୀକାନ୍ତ ପାତ୍ର, ତ୍ରିନାଥ ନାୟକ, ସୁବାସ ବିଶ୍ୱାସରାୟ, ଗୋପୀ ନାୟକ, ଏସମସ୍ତେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି |(ଗରୁଡ଼ ଧ୍ୱଜ ଚୌଧୁରୀ)