November 23, 2024

 ବିଜେଡି ପକ୍ଷରୁ ଶଙ୍ଖ ପରିବାର ସମ୍ପର୍କ ଯାତ୍ରା…

Share

 

ଅସ୍ତରଙ୍ଗ , ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଘରେ ଘରେ ଶଙ୍ଖ ପରିବାର ସମ୍ପର୍କ ଯାତ୍ରା। ୨୩ ଜାନୁଆରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଠାରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ଏହି ପରିବାର ସମ୍ପର୍କ ଯାତ୍ରା ଶୁଭାରମ୍ଭ କରିଛି।ପ୍ରତି ଘରକୁ ଯିବେ ଦଳର ନେତା କର୍ମକର୍ତ୍ତା।ପ୍ରତି ପରିବାର ସହ ସମ୍ପର୍କ ଯୋଡିବେ ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିବେ।ଏହି କାର୍ଯ୍ୟକ୍ରମ ଦ୍ୱାରା ବିଜେଡି ନେତା ମାନେ ଅସ୍ତରଙ୍ଗ ବ୍ଲକ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛନ୍ତି।ବିଜେଡି ପ୍ରତିଷ୍ଠା ଦିବସରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲା।ଏଥିପାଇଁ ତୃଣମୂଳ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ଵାଧୀନ କୁମାର ନାୟକ ପ୍ରମୁଖ।ଦଳ ସଭାପତି ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଥିବାରୁ ସ୍ଥାନୀୟ ନେତା ଓ କର୍ମୀମାନେ ଏହି ଅଭିଯାନକୁ ପୁରା ଦମରେ କାର୍ଯ୍ୟକାରୀ କରିବା ପାଇଁ ଲାଗିପଡିଛନ୍ତି।ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପ୍ରତି ଘରକୁ ଯାଇ ଲୋକଙ୍କ ସହ ସମ୍ପର୍କ ଯୋଡିବ।ଏହି ଅଭିଯାନ ଜରିଆରେ ଦଳ ନିଜର ସ୍ଥିତି ପରଖିବା ସହ ସବୁ ପଞ୍ଚାୟତରୁ ଜନତାଙ୍କ ମତାମତ ମିଳି ପାରିବ। ଅଭିଯାନର ପ୍ରଥମ ଦିନରେ ଦଳ ଛୁରିଅନା ପଞ୍ଚାୟତ ରାଇବେରୁଆଁ ଗ୍ରାମରୁ ଶୁଭାରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ କ୍ଷୀରୋଦ କାଣ୍ଡି, ବରିଷ୍ଟ ନେତା କୁଞ୍ଜ ବିହାରୀ ପ୍ରଧନ, ଅନନ୍ତ ନାୟକ,ଅମିନ ବିଶ୍ଵାଳ,ଙ୍କ ସମେତ ବିଜୁ ଯୁବ ଜନତା, ବିଜୁ ଛାତ୍ର ଜନତା, ପଞ୍ଚାୟତ ସ୍ତରୀୟ ନେତା କର୍ମୀମାନେ ଯୋଗ ଦେଇ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିବା ସହିତ ବୟସ୍କ ବ୍ୟକ୍ତି ଯୁବକ ଯୁବତୀ ମହିଳାମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିଥିଲେ।ଅଭିଯାନରେ ପ୍ରାୟ ଶହ ଶହ କର୍ମୀମାନେ ଯୋଗ ଦେଇଥିଲେ।
( ଦୁଃଶାସନ ନାୟକ ,ଅସ୍ତରଙ୍ଗ)