March 7, 2026

ପରିବେଶ ସୁରକ୍ଷା ପାଇଁ ମହାନଦୀ ଯୁବ ସଙ୍ଗଠନ ତରଫରୁ ସଚେତନତା ଶିବିର ଅନୁଷ୍ଠିତ

khihi
Share

ପରିବେଶ ସୁରକ୍ଷା ଅଭିଯାନ ମାଧ୍ୟମରେ ମହାନଦୀ ଯୁବ ସଙ୍ଗଠନ ତରଫରୁ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ, ରଥପୁର, ବୀରମହାରାଜପୁର ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ପଙ୍କଜ ଖମାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶିବିରରେ କଳାପଥର ସରପଞ୍ଚ ଶ୍ରୀମତୀ ସସ୍ମିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ସଭାରେ ଅନ୍ୟତମ ବକ୍ତା ଭାବେ ଶିକ୍ଷକ ଅଶେଷ ମହାକୁର ମଂଚାସୀନ ଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ମହାନଦୀ ସଙ୍ଗଠନର ପ୍ରତିଷ୍ଠାତା ଶ୍ରୀଯୁକ୍ତ କ୍ଷିର ସାଗର ବିଭାର ଜଳ ପ୍ରଦୂଷଣ,ଚାରା ରୋପଣ ସହ ପଲିଥିନ ବ୍ୟବହାର ର ବନ୍ଦ କରିବା ସହ ପାଣି ପିଇବା ପରେ ଫିଙ୍ଗା ଯାଉଥିବା ବୋତଲ କୁ ଗୋଟାଇ ତା ଭିତରେ ଅଦରକାରୀ ପଲିଥିନ ଭରି ବ୍ରିକ୍ସ କରି ବିଭିନ୍ନ ଖେଳଣା ଓ ସାଜସଜ୍ଜା ସହ ଇକୋ ପାର୍କ ନିର୍ମାଣ କରିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରବାର୍ତ୍ତାଇଥିଲେ l ତେବେ ମହାନଦୀ ସଙ୍ଗଠନର ଏଭଳି ପ୍ରୟାସ ଓ ସଚେତନତା କୁ ବିଭିନ୍ନ ମହଲ ରେ ବେଶ ପ୍ରଶଂସା କରାଯାଇଛି l
ସୁବର୍ଣ୍ଣପୁର ରୁ ସୁଶାନ୍ତ ସାହୁ