November 15, 2024
Share

 

ତାରିଖ ୨୫/୦୧/୨୦୨୩ ବୁଧ ବାର ।

 

୧-ଆତ୍ମନିର୍ଭର କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ: ସ୍ୱଦେଶୀ ଅପରେଟିଂ ସିଷ୍ଟମ ‘ଭାର-ଓଏସ’ର ସଫଳ ପରୀକ୍ଷଣ ।

 

୨-ବୁଧବାର ରିଲିଜ ହେବ ବଲିଉଡ ଫିଲ୍ମ ପଠାନ। ଆଡଭାନ୍ସ ବୁକିଂରେ କେଜିଏଫ-ଟୁ ଓ ବାହୁବଳୀ ଟୁର ରେକର୍ଡ ଭାଙ୍ଗିଲା ଶାହାରୁଖଙ୍କ ଫିଲ୍ମ୍। ।

 

୩-ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ସିରିଜ୍ ୩-୦ରେ କ୍ଲିନସୁଇପ୍ ।

 

୪-ରୋହିତ ବ୍ରିଗେଡ୍‌ଙ୍କ କମାଲ୍, ଟି-୨୦ ସହିତ ଦିନିକିଆରେ ନମ୍ବର ୧ ଟିମ୍ ହେଲା ଭାରତ ।

 

୫-କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା କୋହଳ । ଆବେଦନକାରୀଙ୍କ ପାଇଁ ବୟସ ସୀମା ୪ ବର୍ଷ କୋହଳ ନିର୍ଦେଶ । କନଷ୍ଟେବଳ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଗୁରତ୍ବପୂର୍ଣ୍ଣ ରାୟ. ।୨୦୨୨ ଡିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ରାୟ ।

 

୬-ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟରେ ଦିଲ୍ଲୀ ପୋଲିସର ଖୁଲାସା ।

 

୭-ଥମୁନି ବିବାଦ ! ବ୍ରିଜ ଭୂଷଣଙ୍କ ନାଁରେ ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ରେସଲର ।

 

୮-ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି। ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି।

 

୯-ପୁଣି ସ୍ଥଗିତ ରହିଲା ଦିଲ୍ଲୀ ମେୟର ନିର୍ବାଚନ; ହୋ ହଲ୍ଲା ଯୋଗୁଁ ହୋଇପାରିଲାନି ମତଦାନ ।

 

୧୦-ସୀମା ବିବାଦ ମାମଲା ଲଢ଼ିବାକୁ ଓକିଲଙ୍କ ଦଳକୁ ପ୍ରତିଦିନ ୬୦ ଲକ୍ଷ ଦେବେ କର୍ଣ୍ଣାଟକ ସରକାର ।

 

୧୧-ପୁରୀରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ: ପୁରୀରେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ଅନନ୍ତ ।

 

୧୨-ଳକ୍ଷ୍ନୌର ହଜରତଗଞ୍ଜରେ ୧୫ ବର୍ଷ ପୁରୁଣା ଏକ ୫ ମହଲା କୋଠା ଭୁଶୁଡି ପଡ଼ିଛି। ଏଥିରେ ୫ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମାଟି ତଳେ ୪୦-୫୦ ଲୋକ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି।

 

୧୩-ଓସ୍କାର ଦୌଡରେ ନାଟୁ ନାଟୁ: ବେଷ୍ଟ ଅରିଜିନାଲ ସଙ୍ଗ ବର୍ଗରେ ସାମିଲ ମନୋନୀତ ହେଲା ଟ୍ରିପିଲ ଆର ଫିଲ୍ମର ଗୀତ ।

 

୧୪-ଦେଶର ସେବା ରପ୍ତାନୀ ଆର୍ଥିକ ବର୍ଷରେ ୩୦୦ ବିଲିୟନ ଡାଲର ଲକ୍ଷ୍ୟ ଅତିକ୍ରମ କରିବ: ପୀୟୁଷ ଗୋୟଲ ।

 

 

୧୫-ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତାଙ୍କୁ ନେଇ ବିବାଦ : ବୟସ ୭୦, ଠିକଭାବେ ଚାଲି ମଧ୍ୟ ପାରୁନାହାନ୍ତି ।

 

୧୬-ହକି ବିଶ୍ବକପ୍‌: ବେଲଜିୟମ୍‌ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା, ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଲା ।

 

୧୭-ଐତିହାସିକ ଗସ୍ତରେ ଭାରତ ପହଞ୍ଚିଲେ ଇଜିପ୍ଟ ରାଷ୍ଟ୍ରପତି ଫତହ ଅଲ-ସିସି, ସାଧରଣତନ୍ତ୍ର ଦିବସ ସମାରୋହରେ ଯୋଗଦେବେ ।

 

୧୮-ସୁଟ୍‌କେସ୍‌ ମୃତ୍ୟୁ ମାମଲା: ଅଭିଯୁକ୍ତ ସ୍ତ୍ରୀ ବିରୋଧରେ ଏତଲା ଦେଲେ ମୃତକଙ୍କ ବାପା ।

 

୧୯-ଟୁଇଟର୍‌କୁ ପୁଣି ଫେରିଲେ କଙ୍ଗନା: ଆଗାମୀ ଫିଲ୍ମ ରିଲିଜ ଡେଟ୍‌ ନେଇ କଲେ ଘୋଷଣା ।

 

୨୦-ଆଜି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ପଦ୍ମବେଶ: ସନ୍ଧ୍ୟାଧୂପ ପରେ ବେଶ ବିଜେ, ବଡ଼ସିଂହାରରେ ଲାଗି ।

 

୨୧-ଜ୍ବରରେ ଥରୁଛି ସାରା ଓଡ଼ିଶା: ଇନ୍‌ଫ୍ଲୁଏଞ୍ଜା ବ୍ୟାପୁଛି, ଦୀର୍ଘଦିନ ପର୍ଯ୍ୟନ୍ତ ରହୁଛି କାଶ ।

 

୨୨-ଆସାମ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୪ ବର୍ଷରୁ କମ୍‌ ବୟସର ବାଳିକାଙ୍କୁ ବିବାହ କଲେ ପୋକ୍‌ସୋ ଆଇନ ଲାଗୁ ।

 

୨୩-ସୁପ୍ରିମକୋର୍ଟରେ କର୍ଣ୍ଣାଟକ ହିଜାବ୍ ମାମଲା; ତିନିଜଣିଆ ପୀଠରେ ହେବ ଶୁଣାଣି ।

 

ସୁପ୍ରଭାତ ,ଶୁଭ ସକାଳ ।