ଜ୍ଞାନଶ୍ରୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ଦିଗପହଣ୍ଡି:୨୪/୧୨ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଜ୍ଞନଶ୍ରୀ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବୁଧୁବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ସ୍ଵାତି ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କ୍ରୀଡ଼ା ଓ ଆଧ୍ୟାତ୍ମିକତାର ସମନ୍ୱୟ ଦେଖିବାକୁ ମିଳିଥିଲା। ଦିଗପହଣ୍ଡି CRCC ଅନିଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୌଡ଼, ଲମ୍ଫ, ଖୋକ , ଲମ୍ଭ ଡିଆଁ, ଉଚ୍ଚ ଡିଆଁ ଏବଂ କବାଡ଼ି ଭଳି ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କ୍ରୀଡ଼ାରେ ଅଜୟ କୁମାର୍ ଦୋରା ସମସ୍ତ ଖେଳ ପରିଚାଳନା କରିଥିବା ବେଳେ ଓ ନିର୍ଦ୍ଦେଶକ ଭାବେ ବୋନଜ କୁମାର୍ ଷଡ଼ଙ୍ଗୀ ଦାୟିତ୍ଵ ନେଇଥିଲେ। ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ କ୍ୟାରିଅର୍ ଗଢ଼ିବାକୁ ଉତ୍ସାହିତ କରିଥିଲେ । ବିଧ୍ୟାଳୟର ଶିକ୍ଷୟତ୍ରୀ ରଶ୍ମିତା ସାହୁ ଓ ଲିଲି ରେଡ୍ଡୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୋନାଲି ଦୋରା ଏବଂ ନୂତନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଧରିତ୍ରୀ ବାଡତ୍ୟା, ସ୍ଵାଧୀନା ଦୋରା, ଏ.ରୋଜି, ବନ୍ଦନା ବେହେରା ପ୍ରଧାନ, ବର୍ଷା ଦୋରା, ରମ୍ଭା ବେହେରା,ସ୍ୱର୍ଣ୍ଣଲତା ପ୍ରଧାନ, ସ୍ୱପ୍ନା ସାହୁ ପ୍ରମୁଖ ସହଯୋଗ କରିଥିଲେ
