ବିଜେପିର କାର୍ଯ୍ଯକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ


ବୁଗୁଡା : ତା ୨୪/୧୨/୨୫ : ସ୍ଥାନୀୟ ବଡଦାଣ୍ଡରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ନଗର ମଣ୍ଡଳ ସଭାପତି କେଦାରନାଥ ମହାରଣାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉପସ୍ଥିତ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲା ବେଳେ କେ.ନୀଳମାଧବ ଆଚାରୀ, ମାନସ ରଞ୍ଜନ ପ୍ରଧାନ,ପ୍ରଭାକର ପଣ୍ଡା, ଜୟନ୍ତୀ ପଢିଆରୀ, ଧରଣୀଧର ପଣ୍ଡା,କୃଷ୍ଣଚନ୍ଦ୍ର ମହାପାତ୍ର, ବନବାସୀ ମହାରଣା,ହରିହର ସାହୁ, ଯଜ୍ଞ ନାରାୟଣ ପାତ୍ରଙ୍କ ସମେତ ଅନେକ କାର୍ଯ୍ଯକର୍ତ୍ତା ମଞ୍ଚାସୀନ ରହିଥିଲେ। ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡର ଶହ ଶହ ବ୍ଯକ୍ତି ବିଜେପିରେ ମିଶିଥିଲା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପ୍ରଦାନ ପୂର୍ବକ ସ୍ବାଗତ କରାଯାଇଥିଲା।
