ଅବୈଧ ଗୋଚାଲାଣ ଗାଡି ପୋଡି, ଘଟଣା ଚପାଇବାକୁ ଉଦ୍ଯମ

ବୁଗୁଡା : ତା ୨୩/୧୨/୨୫ : ରାଜ୍ୟ ସରକାର ବେଆଇନ ଗୋଚାଲାଣ ପ୍ରତି କଠୋର ପଦକ୍ଷେପ ଗ୍ରହଣ ନିମନ୍ତେ ବଦ୍ଧପରିକର ହୋଇଥିବା ସତ୍ତ୍ବେ ବୁଗୁଡ଼ା ଥାନା ଇଲାକାରେ ବେଆଇନ ଗୋଚାଲାଣ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ସୋମବାର ରାତିରେ ଘୋଳପୁର-ଭୋଗଡା ରାସ୍ତାରେ ଦୁଇ ପୃଥକ୍ ସ୍ଥାନରେ ଦୁଇଟି ଅବୈଧ ଗୋଚାଲାଣ ପିକଅପ୍ ଗାଡିକୁ ପୋଡା ଯାଇଥିବା ଦୃଶ୍ୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ଗାଡିରେ ଚାଲାଣ ହେଉଥିବା ସମସ୍ତ ଗୋରୁକୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ଗୋଟିଏ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ପହଞ୍ଚି ଥିବାବେଳେ ଏହି ଅବୈଧ ଗୋଚାଲାଣ କାର୍ଯ୍ଯରେ କେଉଁମାନେ ସମ୍ପୃକ୍ତ ଏବଂ ଗାଡି କିପରି ପୋଡିଲା ସେନେଇ ପାଟି ଖୋଲିବାକୁ ଲୋକେ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି। ଏଭଳି ଚର୍ଚ୍ଚିତ ଘଟଣାକୁ ସ୍ଥାନୀୟ ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳିନଥିବା ବେଳେ ଏହାକୁ ଚପାଇବାକୁ ଉଦ୍ଯମର ରହସ୍ୟ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ନାନା ପ୍ରକାର ସମାଲୋଚନା ହେଉଥିବା ଜଣାଯାଇଛି।
