December 25, 2024

ଲଜ୍ ରେ ଚାଲିଥିଲା ଦେହ ବ୍ୟବସାୟ, ବେଲଗୁଣ୍ଠା ପୋଲିସ ର ଚଢ଼ାଉ ୩ ରୂପଜିବୀ ଉଦ୍ଧାର ଓ ୫ ଗିରଫ ..

Share

 

ବେଲଗୁଣ୍ଠା -୨୪/୧୨- ବେଲଗୁଣ୍ଠା ସହରର ମୁଖ୍ୟରାସ୍ତା ଉପରେ ଚାଲୁଥିବା ଏକ ଦେହ ବ୍ୟବସାୟ ଆଡ୍ଡା ତଥା ନିୟୁ ଲର୍ଜ ରେ ବେଲଗୁଣ୍ଠା ପୋଲିସ ଚଢ଼ାଉ କରି ୩ ରୂପଜିବୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ,ବେଲଗୁଣ୍ଠା ଥାନା ସବ୍ ଇନ୍ସପେକ୍ଟର ନାରାୟଣ ନାୟକଙ୍କ ନେତୃତ୍ୱରେ ବୋଲଗୁଣ୍ଠା ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ରାତି ୩ ଟା ବେଳେ ବେଲଗୁଣ୍ଠା ମୁଖ୍ୟରାସ୍ତାରେ ଥିବା ନିୟୁ ଲର୍ଜ ରେ ଦେହ ବ୍ୟବସାୟ ପରି ଅନୈତିକ କାର୍ଯ୍ୟକଳାପ ଚାଲିଥିବା ସୂଚନା ପାଇଥିଲେ । ଏବଂ ପରବର୍ତ୍ତୀ ସମୟରେ ସେହି ଲଜ୍ କୁ ବେଲଗୁଣ୍ଠା ର ରୋଶନ୍ ସାହୁ ଲିଜ୍ ରେ ନେଇ ପରିଚାଳନା କରୁଥିବା ଜାଣିବାକୁ ପାଇଥିଲେ । ଅନୈତିକ କାର୍ଯ୍ୟକଳାପ ସଂକ୍ରାନ୍ତରେ ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନଙ୍କୁ ସୂଚନା ଦେବା ପରେ ଶ୍ରୀ ପ୍ରଧାନଙ୍କ ଠାରୁ ଲଜ୍ ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ପାଇ ଭୋର୍ ୪.୧୦ ସମୟରେ ଲଜ୍ ରେ ଚଢ଼ାଉ କରିଥିଲେ ।ସେହି ସମୟରେ ଲଜ୍ ର ରିସେପସନ୍ ରେ ରୋଶନl ଶୋଇଥିବା ବେଳେ ତାକୁ ଉଠାଇ,ସେ ଲଜ୍ ଟିକୁ ଅସଲି ମାଲିକଙ୍କ ଠାରୁ ମାସିକ ୧୫୦୦୦ଟଙ୍କl ଲିଜ୍ ରେ ଆଣିଥିବା ପ୍ରକାଶ କରିଥିଲେ । ପୋଲିସ ରୋଶନ୍ କୁ ୨୦୪,୨୦୫.୨୦୬ ନମ୍ବର ରୁମ୍ ପାଖକୁ ନେଇ ଭିତର ପଟୁ ଲକ୍ ଥିବା ତିନୋଟି ରୁମ୍ କୁ ଖୋଲିବାକୁ କହିଥିଲେ ।ତିନୋଟି ରୁମ୍ ରୁ ପୋଲିସ ୩ ରୁପଜିବୀଙ୍କ ସମେତ ୪ ଜଣଙ୍କୁ ଅଧନଗ୍ନ ଓ ଅସଂଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ।ତା ସହିତ ବ୍ୟବହୃତ, ଅବ୍ୟବହୃତ କଣ୍ଡୋମ୍,ମ୍ୟାନ୍ ଫୋର୍ସ ଟାବଲେଟ୍ ଓ କିଛି ଗର୍ଭନିରୋଧକ ବଟିକା ଜବତ କରିଥିଲେ ।୨୦୪ ନମ୍ବର ରୁମ୍ ରୁ ଭଞ୍ଜନଗର ଥାନା କୋଟି ବିରାଡ଼ି ର ନରେନ୍ଦ୍ର ଗୌଡ (୨୪) ସହିତ ଜଣେ ରୁପଜୀବିକୁ ପାଇଥିବା ବେଳେ ୨୦୫ ନମ୍ବର ରୁମ୍ ରୁ ଶେରଗଡ ଥାନା ଅନ୍ତର୍ଗତ ପଟାବାବୁଲୀର କାହ୍ନୁ ସ୍ୱାଇଁ (୨୬) ଓ ବଡଗଡ ଥାନା ଅନ୍ତର୍ଗତ ମାଣିକପୁରର ମୂରଲୀଧର ସେଠୀ (୪୦) ଙ୍କ ସହିତ ଜଣେ ଦେହଜୀବୀ ଓ ୨୦୬ ନମ୍ବର ରୁମ୍ ରେ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ ର ଆକାଶ ପାତ୍ର (୨୨) ସହିତ ଗୋପ ଅଞ୍ଚଳରେ ଜଣେ ଦେହଜୀବୀ ଅସଂଜତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ପୋଲିସ ଲିଜ୍ ଧାରୀ ଯୁବକ ସମେତ ସମସ୍ତ ୩ ଦେହଜୀବୀ ଓ ୪ ଗ୍ରାହକ ଙ୍କୁ ବେଲଗୁଣ୍ଠା ଥାନାରେ ଅଟକ ରଖି ପଚରାଉଚରା କରିଥିଲେ ।ଏପରି ସ୍ଥିତିରେ ବେଲଗୁଣ୍ଠା ପୋଲିସ ୫୩୩/୨୪ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ବନବିହାରୀ ପ୍ରଧାନ ଜଣାଇଛନ୍ତି ।ରୋଶନ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୩ ଦେହଜୀବୀଙ୍କୁ ସ୍ୱଧାର ଗୃହକୁ ପଠାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ