ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହାୟତା ରେ ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ସଂସ୍କୃତି ଭବନ , ପୁରୀ ଠାରେ
ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହାୟତା ରେ ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ସଂସ୍କୃତି ଭବନ , ପୁରୀ ଠାରେ ଗୋପାଳନ , ଦୁଗ୍ଧ ଉତ୍ପାଦନ ଓ ମାଛ ଚାଷ ନିମନ୍ତେ ଉଦ୍ଦିଷ୍ଟ kishana କ୍ରେଡିଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଉକ୍ତ କାର୍ଯ୍ୟକ୍ରମରେ , ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ସାଂସଦ ଡକ୍ଟର ସମ୍ବିତ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ସ୍ବପ୍ନକୁ ସାକାର କରିବା ନିମନ୍ତେ KCC ଓ ଏଥିରେ ବିଭିନ୍ନ ସମବାୟ ସଂସ୍ଥା ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ର ମୁଖ୍ୟ ମହାପ୍ରବନ୍ଧକ , ଡଃ ସୁଧାଂଶୁ K K ମିଶ୍ରା, ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ସଭାପତି କିଶୋର କୁମାର ଛୋଟରାୟ , ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କିଶାନ କ୍ରେଡିଟ କାର୍ଡ ର ବହୁଳ ବ୍ୟବହାର , ସୁବିଧା ସୁଯୋଗ ଓ ଏଥିରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ଭୂମିକା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ପରିଶେଶ ରେ ପୁରୀ ଜିଲ୍ଲାର ଅନ୍ନ ଦାତା ମାନଙ୍କ ସୁବିଧା ନିମନ୍ତେ ପୁରୀ ଠାରେ ନୂତନ ଭାବେ ଖୋଲାଯାଇଥିବା ନାବାର୍ଡ DDM କାର୍ଯ୍ୟାଳୟ ର ଉଦ୍ଘାଟନୀ ଘୋଷଣା କରା ଯିବା ସହ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍, ବ୍ରହ୍ମଗିରି ଶାଖା ର ୧୫୦ ଜଣ ଯୋଗ୍ୟ ଗୋପାଳକ ଚାଷୀ ଙ୍କୁ ଡାଏରୀ KCC ର ଋଣ ମଞ୍ଜୁରୀ ପତ୍ର ବିତରଣ କରାଯାଇଥିଲା ।
ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ବ୍ରହ୍ମଗିରି ଶାଖା ପରିଚାଳକ ଶ୍ରୀ କାଳୀ ପ୍ରସାଦ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ । ସର୍ବ ଶେଷରେ ଶ୍ରୀମତୀ ସସ୍ମିତା ପୃଷ୍ଟି , ନୂତନ DDM NABARD , ପୁରୀ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ