ଶିବ ମନ୍ଦିର ରୁ ଚୋରୀ, ଘଟଣା ସ୍ଥଳରେ ସନ୍ଧାନୀ କୁକୁର
ଅସ୍ତରଙ୍ଗ୨୪୧୨: ଅସ୍ତରଙ୍ଗ ଅଞ୍ଚଳ ରେ ଏବେ ଦ୍ରୁତଗତି ରେ ବୃଦ୍ଧି ପାଇବାରେ ଲାଗିଛି ଚୋରୀ । ଯାହାକୁନେଇ ଲୋକ ମାନଙ୍କ ଭିତରେ ସୃଷ୍ଟି ହେଲାଣି କୋକୁଆ ଭୟ । ଦୁଇ ଦିନ ତଳେ ଅସ୍ତରଙ୍ଗ ହୀରାଦେଇପୁର ର ମଦନମୋହନ ମାଳିକ ବୋଲି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କ ଘରୁ ଲୁଟେରା ସୁନା ଗହଣା ଚୋରୀକରିଥିଲେ, ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଓ ସନ୍ଧାନକାରି କୁକୁର ଆସି ତଦନ୍ତ କରିବାର ମାତ୍ର ୨ ଦିନ ପରେ ସେହି ହୀରାଦେଇପୁର କୁଅଁରପୁର କଳ୍ପେଶ୍ୱର ଶିବ ମନ୍ଦିର ରୁ ଦୁର୍ବୁର୍ତ୍ତ କଳାକନା ବୁଲାଇଛନ୍ତି l ଏହାକୁ ନେଇ ଅସ୍ତରଙ୍ଗ ଥାନା ରେ କୁଅଁରପୁର ଗ୍ରାମ ର ଏହି ଶିବମନ୍ଦିର ର ପୂଜକ ଜିତେନ୍ଦ୍ର ପଣ୍ଡା ଏତଲା କରିଛନ୍ତି l ସୂଚନା ମୁତାବକ ଜିତେନ୍ଦ୍ର ଙ୍କ ପିତା ରବୀନ୍ଦ୍ର ପଣ୍ଡା ଠାକୁର ଙ୍କର ପ୍ରମୁଖ ସେବାୟତ, ପିତା ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ପୁଅ ଜିତେନ୍ଦ୍ର ଏବେ କିଛିଦିନ ହେବ ଠାକୁର ଙ୍କର ସେବା କରୁଛନ୍ତି । ଆଜି ପ୍ରାତଃ ୫ ଘଟିକା ସମୟ ରେ ଜିତେନ୍ଦ୍ର ମନ୍ଦିର ଆସି ବାବା ଙ୍କ ମୁଖ୍ୟଦ୍ୱାର ଖୋଲି ଲାଇଟ ଲଗାଇ ଦେଖିବାକୁ ପାଇଥିଲେ ମହାଦେବ ଙ୍କ ଗର୍ଭଗୃହ ଖୋଲା ହୋଇଛି, ତା ସହିତ ମନ୍ଦିର ଦକ୍ଷିଣ ପଟ ଲୁହା କବାଟ ତାଲା ସମ୍ପୂର୍ଣ୍ଣ ତଡା ଯାଇଛି । ମନ୍ଦିର ଭିତରେ ଠାକୁର ଙ୍କର ମାଇକ ମେସିନ, ୨ ଗୋଟି ମାଇକ୍ରୋ ଫୋନ, ମା ପାର୍ବତୀ ଙ୍କର ରୁପା ମୁକୁଟ, ୨ ଟି ପିତଳ ଘଣ୍ଟ ନାହି ଓ ଏଥିସହିତ ଠାକୁର ଙ୍କର ଦାନ ହୁଣ୍ଡୀ ମଧ୍ୟ ତଡାହୋଇଛି । ଆଉ ସେଥିରେ ଥିବା ଦାନ ଅର୍ଥ ସମ୍ପୂର୍ଣ୍ଣ ଖାଲି ହୋଇ ପଡିଛି । ସେହି ସ୍ଥାନରେ ଦୀପ ଷ୍ଟାଣ୍ଡ ଉପରେ ଗୋଟେ ବଡ଼ ଶାବଳ ମଧ୍ୟ ପଡିଛି ଯାହା ମନ୍ଦିର ର ନୁହେଁ ବୋଲି ପୂଜକ କହିଛନ୍ତି । ଆଉ ଠାକୁର ଙ୍କର ଟ୍ରଙ୍କ ଭଙ୍ଗା ଯାଇଚି । ଏହି ଏତଲା କୁ ଭିତ୍ତି କରି ଆଜି ପୁରୀ ରୁ ୨ ଜଣିଆ ଡଗ ସ୍କ୍ୱାଡ଼ ଓ ୨ ଜଣିଆ ଫରେନସିକ୍ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ଛାନ୍ ଭିନ୍ କରିଛି, । ସନ୍ଧାନ କାରି କୁକୁର ଟି ପ୍ରାୟତଃ ୧କିଲୋମିଟର ମନ୍ଦିର ପଶ୍ଚିମପଟେ ବାଲିଆ ପଟା ବିଞ୍ଚିନାରାୟଣୀ ଶକ୍ତିପୀଠ ପର୍ଯ୍ୟନ୍ତ ଯାଇଥିଲା । ଫରେନସିକ୍ ଟିମ୍ ହାତରେ ଭଙ୍ଗା ହୋଇଥିବା ଏକ କୋଲପ ସହିତ ଆଉ ଏକ ଶାବଳ ମନ୍ଦିର ପଛପଟୁ ଜବତ କରାଯାଇଛି । ଅସ୍ତରଙ୍ଗ ଅଞ୍ଚଳ ରେ ଏହି ଚୋରୀ ବର୍ତ୍ତମାନ ଲୋକ ମାନଙ୍କର ନିଦ ହଜାଇଲାଣି, ଗୋଟେ ଅଞ୍ଚଳ ରେ ୨ ରୁ ତିନି ଦିନ ଭିତରେ ୨ ଗୋଟି ଚୋରୀ ହେବା ନେଇ ଏବେ ସାଧାରଣ ରେ ଭୟର ବାତାବରଣ ସୃଷ୍ଟି କତିଛି । ତୁରନ୍ତ ଏହି ଚୋର ମାନଙ୍କୁ ଧରିବାକୁ ସାଧାରଣ ରେ ଦାବୀ କରାଯାଇଛି, । ପୋଲିସ ତରଫରୁ ୨୫୯/୨୪ କେଶ ନମ୍ବର ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି, ଯାହାକୁ ନେଇ ଅସ୍ତରଙ୍ଗ ପୋଲିସ ସୂଚନା ଦେଇଛି lଦୁଃଶାସନ ନାୟକ,ଅସ୍ତରଙ୍ଗ