September 21, 2024

ଗଜପତି:- ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା ସଂଘ ପକ୍ଷ’ରୁ “ଜାତୀୟ ଗ୍ରାହକ ସୁରକ୍ଷା ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ …

Share

ଗଜପତି:- ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା ସଂଘ ପକ୍ଷ’ରୁ “ଜାତୀୟ ଗ୍ରାହକ ସୁରକ୍ଷା ଦିବସ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ .
ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର’ର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା ସଂଘ୍ ପକ୍ଷ’ରୁ “ଜାତୀୟ ଗ୍ରାହକ ସୁରକ୍ଷା ଦିବସ ୨୦୨୩ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସର’ରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ’ରେ ଗ୍ରାହକ ଅଧିକାର ସୁରକ୍ଷା ସଂଘ’ର ଉପ ସଭାପତି ଶ୍ରୀମତୀ ତନୁଜା ଶତପଥୀ ଙ୍କ ଅଧ୍ୟକ୍ଷତା ରେ , ମୁଖ୍ୟ ଅତିଥି ଭାବେ ରାଜ୍ୟପlଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଭାଗବତ ପାଢ଼ୀ , ସଂଘ’ର ଜିଲ୍ଲା ସମ୍ପାଦକ ଶ୍ରୀ ରକମ ଲୋକନାଥ ଏବଂ ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ଭାବେ ଯୋଗ ଦେଇ ଗ୍ରlହକ’ର ସୁରକ୍ଷା ଓ ମୌଳିକ ଅଧିକାର ସମ୍ପର୍କରେ ନିଜ ନିଜ’ର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଶ୍ରୀ ଶିଶିର କୁମାର ଭଞ୍ଜସାମନ୍ତ ଓ ମୁଚି ବାଙ୍ଗାରୀ ପ୍ରମୁଖ ଯୋଗ ଦେଇ ପରିଚାଳନା’ରେ ସହଯୋଗ କରିଥିଲେ ।
ଏହି ଅବସର’ରେ ଗ୍ରାହକ’ର ସୁରକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ସମ୍ପର୍କିତ ବିଷୟ ଉପ’ରେ ଏକ ତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ। ଅନୁଷ୍ଠିତ ହୋଇଥିଲା । ଏହି ତର୍କ ପ୍ରତିଯୋଗିତା’ରେ ବିଭିନ୍ନ ବିଦ୍ୟାଳୟ’ର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ,କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରା ଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଲିଙ୍ଗରାଜ ପାଣଗ୍ରାହୀ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)