September 21, 2024

ପ୍ରେମିକା କୁ ଛୁରା ମାଡ ମାରି ଫେରାର ହେଇଥିବା ଯୁବକ କୁ ବିହାର ରୁ ଗିରଫ କଲା ଉମରକୋଟ ପୋଲିସ…

Share

 

 

ଉମରକୋଟ – ଜଣେ ପ୍ରେମିକା କୁ ଛୁରା ମାଡ ମାରି ଫେରାର ହେଇଥିବା ପ୍ରେମିକ କୁ ବିହାରରୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ। ଉମରକୋଟ ରେ କାଳୀ ପୁଜା ଚାଲିଥିବା ବେଳେ ଘଟଣାଟି ଘଟି ଥିଲା। ଉମରକୋଟ ରେ ଚାଲିଥିବା କାଳୀ ପୂଜା ଉତ୍ସବରେ ନୃତ୍ୟ ପରିବେଷଣ କରିବାକୁ ପୁରୀ ଜିଲ୍ଲା ରୁ ଜୟ ମାଁ କାଳୀ ନାମକ ଏକ ଡେନ୍ସ ଗ୍ରୁପ ଆସିଥିଲେ ।ସେମାନେ ବିଭିନ୍ନ ପୂଜା ରେ ନୃତ୍ୟ ସରିବା ପରେ ଉମରକୋଟ ସହର ରେ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପଛ ପଟେ ଏକ ଘରେ ରହୁଥିଲେ । ରୋହିତ ସିଂ
ନାମକ ଜଣେ ବିହାରୀ ଯୁବକ ପାଚେରୀ ଡେଇଁ ଲିପ୍ସା ରହୁଥିବା ଘର ଭିତରେ ପଶି ଲିପ୍ସାକୁ ଛୁରା ମାଡ଼ କରି ଫେରାର ହୋଇ ଯାଇଥିଲେ । ତେବେ ଲିପ୍ସା ଙ୍କ ସହ ପ।ଠି ମାନେ ରୋହିତଙ୍କ ବିରୁଦ୍ଧ ରେ ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ ରୋହିତ ର ଘର ବିହାର ଅଞ୍ଚଳରେ ହୋଇ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ସେ ଲିପ୍ସା ଙ୍କୁ ଉତ୍ତର ପ୍ରଦେଶ ରେ ଏକ କାର୍ଯ୍ୟକ୍ରମରେ ଦେଖିଥିଲା ଓ ଲିପ୍ସା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେବେ ଠାରୁ ଲିପ୍ସା ଯୁଆଡେ ଯାଆନ୍ତି ରୋହିତ ସେଠାକୁ ଯାଉଥାଏ । ଲିପ୍ସା ରୋହିତ ର ବିବାହ ପ୍ରସ୍ତାବ କୁ ମନ। କରିବାରୁ ଏଥିରେ ରାଗି ଯାଇ ରୋହିତ ଲିପ୍ସା ଙ୍କୁ ଛୁରା ମାଡ ମାରିଥିବା ଉମରକୋଟ ଆଇଆଇସି ଡମ୍ବୁରୁ ଧର ପ୍ରଧାନ ସୁଚନା ଦେଇଛନ୍ତି। ଲିପ୍ସା ଗୁରୁତର ଆହତ ହେଇ ପ୍ରଥମେ ଉମରକୋଟ ଓ ପରେ କୋରାପୁଟ
ରେ ଚିକିତ୍ସିତ ହେଇ ସୁସ୍ଥ ହେଇ ଘର କୁ ଫେରି ଯାଇଛନ୍ତି। ରୋହିତ କୁ ଗିରଫ କରିବା ପାଇଁ ନବରଙ୍ଗପୁର ଏସ ପି ଙ୍କ ନିର୍ଦ୍ଧେଶ କ୍ରମେ ଓ ଉମରକୋଟ ଆଇଆଇସି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧ।ନରେ ଏକ ଟିମ ଗଠନ ହେଇଥିଲା ।ଏହି ଟିମ ରେ ସବ ଇନ୍ସପେକ୍ଟର ଅକ୍ଷୟ ମିଷ୍ର ଓ ସବ ଇନ୍ସପେକ୍ଟର ସଂତୋଷ କୁମାର ମାଝୀ ଥିଲେ। ଏହି 2 ପୋଲିସ ଅଧିକାରୀ ବିହାର ର ପାଟଣା କୁ ଯାଇ ରୋହିତ କୁ ଗିରଫ କରି କାଲି ନିଲମ୍ବିତ ରାତି ରେ ଉମରକୋଟ ରେ ପହଂଚି ଥିଲେ। ଆଜି ପୋଲିସ ରୋହିତ କୁ କୋର୍ଟ ଚାଲାଣ କରିଛି। ଏହି ସହର ଜଣେ ବ୍ୟକ୍ତି ବିଭିନ୍ନ ସ୍ଥାନରୁ ଝିଅ ମାନଙ୍କୁ ଆଣି ନୃତ୍ୟ କାର୍ଯ୍ୟ ରେ ବ୍ୟବହାର କରୁଥିବା ଜଣା ପଡିଛି । ଏ କଥା ସେ ନିଜେ ମଧ୍ୟ ସ୍ବୀକାର କରିଛନ୍ତି । ଓ ଏଥି ପାଇଁ ତାଙ୍କ ପାଖରେ କୌଣସି ପ୍ରଶାସନିକ ଅନୁମତି ନଥିବା ସେ ପ୍ରକାଶ କରିଛନ୍ତି। ରୋହିତ ବିରୁଦ୍ଧ ରେ ଉମରକୋଟ ଥାନାରେ ୩୧୦/୨୦୧୧ ଦଫାରେ ମାମଲା ରୁଜ୍ଜୁ କରିଛି ଉମରକୋଟ ପୋଲିସ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)