November 25, 2024

ନବ ନିର୍ବାଚିତ ଓଡିଶା ରାଜ୍ୟ ଓକିଲ ପରିଷଦ ସଦସ୍ୟ ଶ୍ରୀ ପି.ରମେଶ ପାତ୍ର ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ….

Share

 

 

ନବ ନିର୍ବାଚିତ ଓଡିଶା ରାଜ୍ୟ ଓକିଲ ପରିଷଦ ସଦସ୍ୟ ଶ୍ରୀ ପି.ରମେଶ ପାତ୍ର ଙ୍କୁ ଉମରକୋଟ ଏବଂ ରାଇଘର ଓକିଲ ସଂଘ ତରଫରୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ରାଜ୍ୟ ଓକିଲ ପରିଷଦ ନିର୍ବାଚନ ଘୋଷଣା ପରେ,ଶ୍ରୀ ପାତ୍ରଙ୍କ ଉମରକୋଟ ଓକିଲ ସଙ୍ଘ ପରିଦର୍ଶନ ଏହା ପ୍ରଥମ ଗସ୍ତ ଥିଲା । ଉମରକୋଟ ଓକିଲ ସଂଘ ତରଫରୁ ଏକ ସଭାର ଆୟୋଜନ କରି ରାଜ୍ୟ ବାର କାଉନସିଲ ସଭ୍ୟ‌‌‌ ଶ୍ରୀ ପାତ୍ରଙ୍କୁ, ଉମରକୋଟ ଓକିଲ ସଂଘ ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ ଏବଂ ସମ୍ପାଦକ ଶ୍ରୀ ଶାନ୍ତନୁ ବାହିନୀପତି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଆୟୋଜିତ ସଭାରେ ସମସ୍ତ ଓକିଲ ଏବଂ ଓକିଲ ସଂଘ ର ଅନେକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ପୁର୍ବତନ ସଭ୍ୟ ତଥା ଜୟପୁର ର ବରିଷ୍ଠ ଓକିଲ ଶ୍ରୀ ଦାଶରଥି ପଟ୍ଟନାୟକ, ଯୁବ ଓକିଲ ଶ୍ରୀ ସୁରେଶ ହଡ଼ପ, ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ର ସଭାପତି ଶ୍ରୀ ନରସିଂହ ତ୍ରିପାଠୀ, ଓକିଲ ଶ୍ରୀ ସମରେଶ ଗନ୍ତାୟତ, ଙ୍କ ସମେତ ଉମରକୋଟ ଓକିଲ ସଙ୍ଘ ର ବରିଷ୍ଠ ସଭ୍ୟ ତଥା, ଅତିରିକ୍ତ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ, ଶ୍ରୀ ଅର୍ଜୁନ ନାୟକ, ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମୁଖ୍ୟତଃ ଓକିଲ ମାନଙ୍କ ବିଭିନ୍ନ ସମସ୍ୟା ମାନ କିପରି ସମାଧାନ ହୋଇପାରିବ ସେ ନେଇ ରାଜ୍ୟ ବାର କାଉନସିଲରେ ଉପସ୍ଥାପନ କରି ସମାଧାନ ନିମନ୍ତେ ଚେଷ୍ଟା କରିବି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ, ବରିଷ୍ଠ ଓକିଲ ଶ୍ରୀ ବାଳ କୃଷ୍ଣ ପାତ୍ର, ହରିହର ଶତପଥୀ, ବିଜୟ ସିଂ, ଅଶୋକ ପଟ୍ଟନାୟକ, ଶଙ୍କର ଦେ, ମନୋହର ମହାନ୍ତି, ରାମ ନାୟକ, କୃଷ୍ଣ ନନ୍ଦ, କାଳୀ ପ୍ରସାଦ ନନ୍ଦ, ରବୀନ୍ଦ୍ର ପଟ୍ଟନାୟକ, ସନ୍ତୋଷ ସାହୁ, କେ.ଟି ଜିଲାନି, ରାଜେନ୍ଦ୍ର ସାହୁ, ଯୁଧିଷ୍ଠିର ଦଳାଇ, ଜୟନ୍ତ ମଜୁମଦାର, କମଲ ଗାଈନ, ସୁମନ ସାମଲ, ନିବେଦିତା ହାଲଦାର, ତଥା ନବରଙ୍ଗପୁର ଓକିଲ ସଂଘର ସଦସ୍ୟ ମାନେ ଯୋଗଦେଇ ଥିଲେ ଏହା ପରେ, ଅପରାହ୍ନ ରେ ରାଇଘର ଓକିଲ ସଙ୍ଘ ତରଫ ରେ ମଧ୍ୟ ତଦନୁରୁପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)