September 21, 2024

ଗଞ୍ଜାମ ଥାନା ଅଧିକାରିଣି ଙ୍କ ନେତୃତ୍ୱ ରେ ପୋଲିସ କୁ ସଫଳତା….

Share

 


ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଏକ ତାଲା ବନ୍ଦ ଥିବା ଘରୁ
ଗତ ଦୁଇ ମାସ ତଳେ ସୁନା ଅଳଙ୍କାର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା l ଶୁକ୍ରବାର ଉକ୍ତ ଡକାୟତି ମାମଲାରେ
ଦୁଇଜଣ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍କ ର ଦୁଇଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ନମିତା ପାତ୍ର ସମ୍ବାଦିକ ସମ୍ବିଳନୀ ଜରିଆରେ ସୂଚନା ଦେଇଛନ୍ତି l ଗିରଫ ଦୁଇଜଣ ଲୁଟେରା ହେଲେ ପଶ୍ଚିମବଙ୍ଗର ମୁର୍ସିଦା ବାଦ ଜିଲ୍ଲାର ପଶ୍ଚିମ ପଡା ର ସୋହେଲ ଅହମ୍ମଦ ଓ ମଇ ରୁଦିନ ମୁଲ୍ଲା l ଉଭୟ ହିନ୍ଦି ଓ ବଙ୍ଗାଳୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ସେମାନଙ୍କ ନିକଟରୁ ବ୍ୟବହାର କରୁଥିବା ଡ଼ବ୍ଲ୍ୟୁ ବି 58ବି ଏମ 6119 ନମ୍ବର ବିଶିଷ୍ଟ ସ୍କର୍ପିଓ, ଦୁଇଟି ଖଣ୍ଡା, ବିଭିନ୍ନ ବ୍ୟାଙ୍କ ଏ ଟି ଏମ କାର୍ଡ , ପାନ କାର୍ଡ,26 ଶହ ଟଙ୍କା ପୋଲିସ ଜବତ କରାଯାଇଥିବା ଜଣା ପଡିଛି l ଚୋରି ଯାଇଥିବା ଘର ମାଲିକ କୃଷ୍ଣ ପଲାଇ ଡ଼କାୟତ ମାନେ ବ୍ୟବହୃତ କରିଥିବା ଗାଡି ନମ୍ବର ପୋଲିସକୁ ଅଭିଯୋଗ ସମୟରେ ଜଣେଇଥିଲେ l ଉକ୍ତ ଗାଡି ନମ୍ବର କୁ ନେଇ ଗଞ୍ଜାମ ଥାନା ପୋଲିସ ଓଡିଶା ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଟୋଲଗେଟ କୁ ପଚାରା ଉଚରା କରିବା ପରେ ଉକ୍ତ ସ୍କର୍ପିଓ ଚେନାଇ ରେ ଥିବା ଜଣା ପଡିଥିଲା l ସେହିଦିନ ଠାରୁ ଉକ୍ତ ଡକାୟତି ଗ୍ୟାଙ୍କ ର ଗତିବିଧିକୁ ଲକ୍ଷ କରି ଆସୁଥିଲେ l ସ୍କ୍ରପିୟ ଗାଡି ନମ୍ବରକୁ ଲିଙ୍କ ଥିବା ମୋବାଇଲ କୁ ପୋଲିସ ଟ୍ରାକ କରି ସେମାନେ ଚେନାଇ ରୁ ଆସୁଥିବା ପୋଲିସ ଜାଣି ପାରିଥିଲା l ପୂର୍ବ ସୂଚନା ଅନୁସାରେ ଉକ୍ତ ସ୍କ୍ରପିୟ ଗାଡି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲଗେଟ ରେ
ପହଞ୍ଚିବା ପରେ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱ ରେ ତଦନ୍ତକାରୀ ପୋଲିସ ଜି. ଅନନ୍ତ ରାଓ, କନେଷ୍ଟବଳ ସଚ୍ଚିଦାନନ୍ଦ ସାହୁ, ଅଶ୍ୱିନ ପଟନାୟକ, ସୋମନାଥ ରେଡି, ସୁରେନ୍ଦ୍ର ଗୌଡ଼ ପ୍ରମୁଖଙ୍କ ସମେତ ଦୀର୍ଘ ସମୟ ଡକାୟତ ମାନଙ୍କ ସହ ଧସ୍ତା ଧସ୍ତି ପରେ ଦୁଇଜଣ ଡକାୟତ ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ l ସେମାନଙ୍କୁ ଧରି ଗଞ୍ଜାମ ଥାନାଙ୍କୁ ଆଣି ପଚାରା ଉଚାରା ପରେ ପୁଇଁତୋଳା ଡକାୟତି ଘଟଣା ରେ ସମ୍ପୃକ୍ତ ଥିବା ଏବଂ ସେମାନଙ୍କ ଏକ ଗ୍ୟାଙ୍କ ଥିବା ସେମାନଙ୍କ 5 ଜଣିଆ ଗ୍ୟାଙ୍କ ଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ l
ଉକ୍ତ 5 ଜଣିଆ ଗ୍ୟାଙ୍କ ମଧ୍ୟରୁ ଦୁଇଜଣ ପୂର୍ବରୁ ଗିରଫ ହୋଇଥିବା ପୋଲିସ କୁ ସୂଚନା ମିଳିଛି l ଗ୍ୟାଙ୍କ ର ଅନ୍ୟଜଣେ ବ୍ୟକ୍ତି ଚେନାଇ ରେ ଥିବା ବେଳେ ଗିରଫ ଦୁଇଜଣ ଲୁଟେରାଙ୍କୁ ଶନିବାର ପୋଲିସ କୋର୍ଟ ଚାଲାଣ କରିଛି l
ପ୍ରକାଶ୍ୟଯୋଗ୍ୟ ବନ୍ଦ ଘରୁ ଚୋରି ଦିନ ପୁଇଁତୋଳା ତାଲା ବନ୍ଦ ଘରୁ ଚୋରି କରିବା ଦିନ ଜାଳେଶ୍ବର ଓ ଇଛାପୁର ଅଞ୍ଚଳରୁ ଲୁଟ କରିଥିବା ପୋଲିସ ସୂଚନା ଦେଇଛି l(ପ୍ରଦୀପ କୁମାର ପଣ୍ଡା)