March 10, 2026

ସରସ୍ବତୀ ଶିଶୁବିଦ୍ୟାମନ୍ଦିର, ଛତ୍ରପୁର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

IMG-20251124-WA0081
Share

 

 

ଛତ୍ରପୁର ତା ୨୪/୧୧/୨୫(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ଛତ୍ରପୁର କ୍ରୀଡାଙ୍ଗନ ଠାରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଛତ୍ରପୁର ୩୦ତମ ବାର୍ଷିକ କ୍ରୀଡ଼ା ଉଦ୍ଘାଟିତ ହୋଇଯାଇଅଛି । ଏହାକୁ ମୁଖ୍ୟଅତିଥି ରୁପେ ସହକାରୀ ଜିଲ୍ଲାପାଳ ଅପୂର୍ବ ରଞ୍ଜନ ଆଏଚ୍ ଯୋଗ ଦେଇ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଶିକ୍ଷା ଦ୍ବାରା ଭାରତୀୟ ସଂସ୍କୃତି ରକ୍ଷା ହବା ସହିତ ସମସ୍ତ ଖେଳାଳୀଙ୍କୁ ଜଣେ ଶୃଙ୍ଖଳିତ ଜୀବନ ଯାପନ ତଥା ନିଜ ଜୀବନରେ ଗୋଟିଏ ଆଦର୍ଶ ଖେଳାଳୀ ହେବା ନିମନ୍ତେ ମାର୍ଗଦର୍ଶନ କରିଥିଲେ। ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ କ୍ରୀଡା ପାଇଁ ପ୍ରଥମେ ମାଁ ରାବଣାମ୍ମାଙ୍କୁ ପୂଜାର୍ଚ୍ଚନା ସହ ଜ୍ଯୋତିଯାତ୍ରା ବରିଷ୍ଠ ଆଚାର୍ଯ୍ଯ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଶତପଥି ବେଦପାଠ ଓ ମାଙ୍ଗଳିକ କାର୍ଯ୍ଯ ସଂପନ୍ନ କରିଥିଲେ। ଉଦ୍ଘାଟନ ସଭାରେ ବିଦ୍ୟାଳୟର ଉପସଭାପତି ଶ୍ରୀମତି ଗୀତା ପାଢି ଅଧ୍ୟକ୍ଷତା କରିଥିଲେ । ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଶିଶୁ ମାନଙ୍କୁ କ୍ରୀଡାର ଅଭିନନ୍ଦନ କରିଥିଲେ। ଏହି କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ଓ ସହସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ସଦସ୍ୟା ଶ୍ରୀମତି ସୁନୀତା ସେଠୀ ଯୋଗ ଦେଇ ଥିଲେ।ଶାରିରୀକ ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀଙ୍କ ତତ୍ତ୍ବାବଧାନ ରେ ଏହି କ୍ରୀଡା ଆସନ୍ତାକାଲି ଶେଷ ହେବ। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ଯ ଶ୍ରୀ ଟି ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କ୍ରୀଡାରେ ମୋଟ ୮୦୦ଜଣ ବିଭିନ୍ନ ପ୍ରକାର ଖେଳରେ ଭାଗ ନେବେ।